ବଢୁଛି ATM ଲୁଟ୍ : Bigstory Followup

Published By : Prameya-News7 Bureau | June 26, 2018 IST

ଗଞ୍ଜାମ ଜିଲ୍ଲା ହଳଦିଆପଦର ନିକଟରେ ଥିବା SBI ATMରୁ ଲୁଟ୍ । ପାଖାପାଖି ୫ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଏଟିଏମ୍ କୁ ମଧ୍ୟ ପୋଡିଦେଇଛନ୍ତି ଦୁର୍ବୃତ୍ତ । ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ SBI କର୍ତ୍ତୃପକ୍ଷ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଜାତୀୟ ରାଜପଥ ନିକଟରୁ ସାଇଣ୍ଟିଫିକ୍ ଟିମ୍ ୩ଟି ଟ୍ରେ ଜବତ କରିଥିଲା । ତେବେ ସେହି ଟ୍ରେ ଗୁଡିକ ହଳଦିଆପଦର ATMର ଟ୍ରେ ସହ ମ୍ୟାଚ୍ କରୁନି । ତେଣୁ ଆଉ କୌଣସି ଏଟିଏମ୍ ରୁ ବି ଲୁଟ୍ ହୋଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଗୋପାଳପୁର ଛକ ନିକଟ ରୋନାଲ୍ଡ ଫାର୍ମାସୀ କଲେଜ ସମ୍ମୁଖରେ ଥିବା SBI ATM ରୁ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟେରା ଲୁଟ୍ ଉଦ୍ୟମ କରୁଥିବାବେଳେ ପୋଲିସର ପାଟ୍ରୋଲିଂ ଗାଡି ଦେଖି ଦୌଡି ପଳାଇଛନ୍ତି । ତେବେ ଲୁଟେରାମାନେ ବ୍ୟାଙ୍କର ସିସିଟିଭି ଭାଙ୍ଗି ଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.