ଗ୍ୟାସ୍ କଟରରେ କାଟି ଏଟିଏମ୍ରୁ ଲୁଟ୍

Published By : Prameya-News7 Bureau | December 23, 2020 IST

ଜଳେଶ୍ୱର ୨୩।୧୨: ଗ୍ୟାସ୍‌ କଟରରେ କାଟି ଏଟିଏମ୍ ଲୁଟ୍ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଜାମଶୁଳୀରେ ଥିବା ଇଣ୍ଡିକ୍ୟାସ୍‌ର ଏଟିଏମ୍‌ରୁ ଲୁଟ୍‌ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଜାମଶୁଳୀ ଛକ ନିକଟରେ ଥିବା ଏଟିଏମ୍‌ରୁ କିଛି ଦୁର୍ବୃତ୍ତ ଲୁଟି କରିଛନ୍ତି । ଗ୍ୟାସ୍‌ କଟକ ସାହାଯ୍ୟରେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କା ଲୁଟ୍‌ ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । ଉକ୍ତ ଏଟିଏମ୍‌ରେ କୌଣସି ସୁରକ୍ଷା କର୍ମଚାରୀ ନଥିଲେ । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି । ପୋଲିସର ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.