ଗୁଳିମାଡ଼ରେ ଥରିଲା ଦିଲ୍ଲୀ: ସୁରକ୍ଷା କର୍ମୀଙ୍କୁ ହତ୍ୟା, ଲୁଟିଲେ ଏଟିଏମ୍‌ ଭ୍ୟାନ୍

Published By : Prameya-News7 Bureau | January 10, 2023 IST

ନୂଆଦିଲ୍ଳୀ, ୧୦/୦୧: ଦିଲ୍ଳୀରେ ଦିନଦ୍ବିପ୍ରହରରେ ଗୁଳିକାଣ୍ଡ। ସୁରକ୍ଷା କର୍ମୀଙ୍କୁ ଗୁଳିମାରି ଏଟିଏମ ଭ୍ୟାନ୍‌ରୁ ଟଙ୍କା ଲୁଟିଲେ ଦୁର୍ବୁତ୍ତ। ଘଟଣା ଘଟିଛି ଉତ୍ତର ଦିଲ୍ଳୀରେ। ଏକ ଏଟିଏମ ଲୁଟ୍ କରିବା ସହ ସୁରକ୍ଷା କର୍ମୀଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଦୁର୍ବୁତ୍ତ। ଆଉ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୪ଟା ସମୟରେ ଜଗତପୁର ଫ୍ଲାଏଓଭର ନିକଟ ଆଇସିଆଇସିଆଇ ବ୍ୟାଙ୍କ୍ ଏଟିଏମରେ ଘଟିଛି। ଘଟଣାସ୍ଥଳରେ ପୋଲିସ, କ୍ରାଇମ୍‌ ଏବଂ ଫରେନ୍ସିକ ଟିମ୍ ପହଞ୍ଚିଛି। ଘଟଣାକୁ ନେଇ ଡିସିପି ସାଗର ସିଂହ କଲସୀ କହିଛନ୍ତି ଯେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନ​ରେ ନାକାବନ୍ଦୀ କରାଯାଇଛି। ୮ଲକ୍ଷ ଟଙ୍କା ଲୁଟ୍ ହୋଇଛି ଏବଂ ଏହି ଘଟଣାରେ ତଦନ୍ତ ଚାଲିଥିବା ନେଇ କହିଛନ୍ତି ଡିସିପି ସାଗର ସିଂହ କଲସୀ।

ସେପଟେ ଗୁଳି ବାଜିଥିବା ୫୫ ବର୍ଷୀୟ ସୁରକ୍ଷାକର୍ମୀ ଜୟସିଂହ ମୃତ୍ୟୁ ହୋଇଛି। ଏଟିଏମରେ ଟଙ୍କା ଜମା କରିବାକୁ ପହଞ୍ଚିଥିବା ଭ୍ୟାନ୍‌ରେ ଥିଲେ ଜୟସିଂହ। ତଳକୁ ଓହ୍ଲାଇବା ସମୟରେ ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳିଚଳାଇଥିଲେ ଏବଂ ପ୍ରାୟ ୮ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲା। ସୁରକ୍ଷା କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.