ବାରଙ୍ଗ ୧୧।୧୦: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଏଟିଏମ୍ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ପଟିଆ ରୟାଲଟି ଛକ ନିକଟସ୍ଥ ଏଟିଏମ୍ ତାଡ଼ି ଟଙ୍କା ଲୁଟି ନେଇଛନ୍ତି ଲୁଟେରା।
{"id":342338,"sizeSlug":"large"}ପଟିଆ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ ମେସିନ୍ କାଟି ଟଙ୍କା ଲୁଟି ନେଇଥିବା ଜଣାପଡିଛି।
ଖବର ପାଇ ନନ୍ଦନକାନନ ଓ ଇନଫୋସିଟି ଥାନା ଦାୟିତ୍ୱରେ ଥିବା ଆଇଆଇସି ଓ ଭୁବନେଶ୍ବର ଜୋନ-6 ଏସିପି ପ୍ରକାଶ ଚନ୍ଦ୍ର ପାଲ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସେହିପରି ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଦୁର୍ବୃତ୍ତ ମାନେ ଘଟଣାସ୍ଥଳରେ ଗ୍ୟାସ୍ କଟର ଛାଡି ଯାଇଛନ୍ତି।