ଅଭିନବ ଉପାୟରେ ଲୁଟୁଥିଲେ ଏଟିଏମ୍‌, ଲୁଟେରାକୁ କାବୁ କରି ପୋଲିସର ଜିମା ଦେଲେ ଲୋକେ

Published By : Prameya-News7 Bureau | August 25, 2021 IST

ଭୁବନେଶ୍ୱର ୨୫।୦୮:  ଏଟିଏମ୍‌ ଲୁଟେରାକୁ କାବୁ କରି ପୋଲିସର ଜିମା ଦେଲେ ଲୋକେ । ଭୁବନେଶ୍ବର ବଢେଇବାଙ୍କ ଛକରୁ ଜଣେ ଏଟିଏମ ଲୁଟେରାକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଅଭିନବ ଉପାୟରେ ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରୁ ଲୁଟ୍ କରୁଥିଲା ଲୁଟେରା ।

ଖବର ଅନୁଯାୟୀ, ଏଟିଏମ ମେସିନକୁ ଭାଙ୍ଗି ସେଥିରେ ଏକ ସ୍ବତନ୍ତ୍ର ଡିଭାଇସ ଲଗାଉଥିଲେ ଲୁଟେରା । ଯାହାଦ୍ବାରା ଏଟିଏମ କୁ  ଆସୁଥିବା ଗ୍ରାହକ ଟଙ୍କା ଉଠାଇ ପାରୁନଥିଲେ । ଗ୍ରାହକ ଯିବା ପରେ ଉକ୍ତ ଟଙ୍କାକୁ ଉଠାଇ ନେଉଥିଲେ ଲୁଟେରା । ଏନେଇ ଏଟି ଏମ କର୍ମଚାରୀଙ୍କ ସଂନ୍ଦେହେ ହେବା ପରେ, ଲାଇଭ ସର୍ବିଲାନ୍ସ ମାଧ୍ୟମ ରେ ଦୁର୍ବୁତ୍ତ ଙ୍କୁ ଧରିଲେ  ଏଟିଏମ ମେଣ୍ଟେନାସ କର୍ମଚାରୀ ଓ ସ୍ଥାନୀୟ ଲୋକେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.