ପାହାଳରେ ଏଟିଏମ ଲୁଟ ଉଦ୍ୟମ ପଣ୍ଡ, ପୋଲିସ ତଦନ୍ତ ଆରମ୍ଭ
6/01/2023 at 6:30 PM

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଛିନ ତାଇ, ଲୁଟ୍ ଘଟଣାରେ ଅଙ୍କୁଶ ଲାଗୁ ନଥିବା ବେଳେ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ବ୍ୟାଙ୍କ ଏଟିଏମ। ତେବେ ପାହାଳର ଏଟିଏମ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି ।

୩ ଜଣ ଦୁର୍ବୁତ୍ତ ଏଟିଏମ ଭଙ୍ଗାରୁଜା କରିବା ସହ ଲୁଟ ଉଦ୍ୟମ କରିଥିଲେ। ପାହାଳର ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମରେ ଏହି ଘଟଣା ଘଟିଛି । ସିସିଟିଭିରେ ଏହି ଲୁଟ ଉଦ୍ୟମ ସମୟର ଭିଜୁଆଲ କଏଦ ହୋଇଛି । ପାହାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023