ଡାକ ପିଅନଙ୍କ ଘରୁ ମିଳିଲା ପୁରୁଣା ଏଟିଏମ କାର୍ଡ ସହ ଚେକ୍‌ ବୁକ୍‌, ବାହାଘର କାର୍ଡ ଓ ଶୋକ ସମ୍ବାଦ ସମ୍ପର୍କିତ କିଛି ଚିଠି, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | October 18, 2019 IST

ବିକାନେର୧୮|୧୦: ରାଜସ୍ଥାନର ବିକାନେରର ଡାକ ବିଭାଗରେ କାର୍ଯ୍ୟ କରୁଥିବା ଜନୈକ ଡାକ ପିଅନ ଗତ ଏକ ବର୍ଷ ହେଲା ଲୋକେ ପଠାଉଥିବା ଚିଠି ଓ ଅନ୍ୟ ସାମଗ୍ରୀ ସବୁକୁ ଠିକଣାରେ ନ ପହଞ୍ଚାଇ ନିଜେ ଘରେ ସାଇତି ରଖିଥିଲେ। କିଛି ଦିନ ତଳେ ଏନେଇ କେହି ଜଣେ ଥାନାରେ ଅଭିଯୋଗ କରିବା ପରେ ଏବେ ପୁରା ଘଟଣା ସାମ୍ନାକୁ ଆସିଛି। ଡ଼ାକ ବିଭାଗର ବରିଷ୍ଠ ଅଧିକାରୀ ଓ ପୋଲିସ କର୍ମଚାରୀମାନେ ମାମଲାର ଅନୁସନ୍ଧାନ କରିଥିବା ବେଳେ  ଜାଣନ୍ତୁ ଜବତ ହୋଇଛି କଣ ?  

ପୋଲିସ ଡାକ ପିଅନଙ୍କ ଘରେ  ପହଞ୍ଚି ତଲାସୀ ନେବା ବେଳେ ତାଙ୍କ ଘରୁ କିଛି ପୁରୁଣା ଚିଠି, ୧୦ଟି ପୁରୁଣା ଏଟିଏମ କାର୍ଡ, ଚେକ୍ ବୁକ୍‌ ସମେତ ସରକାରୀ ନିଯୁକ୍ତି ପତ୍ର, ପାନ କାର୍ଡ, ବିବାହ ନିମନ୍ତ୍ରଣ ପତ୍ର, ଓ କିଛି ଶୋକ ସମ୍ବାଦ ଲେଖାଥିବା ଚିଠି  ଜବତ କରିଛି।  

ଘଟଣା ସମ୍ପର୍କରେ ଡାକ ବିଭାଗର ବରିଷ୍ଠ ଅଧିକାରୀ ଜାଣିବା ପରେ ପିଅନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଡାକ ପିଅନ ହେଉଛନ୍ତି ରାଜକୁମାର। ଗତ କିଛି ମାସ ହେବ ଚିଠି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଠିକ୍‌ ଭାବେ ଠିକଣାରେ ପହଞ୍ଚୁନଥିବା ଲୋକେ ଅଭିଯୋଗ କରୁଥିଲେ। ତେବେ ରାଜକୁମାରଙ୍କ ନାମରେ ଏଭଳି ଅଭିଯୋଗ କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅନେକ ଅଭିଯୋଗ ଥିଲା। ଏ ନେଇ ବାରମ୍ବାର ତାଗିଦ ପରେ ମଧ୍ୟ ସେ ଲୋକଙ୍କୁ ଚିଠି, ପାର୍ସଲ ଆଦି ନ ବାଣ୍ଟି ନିଜ ଘରେ ରଖି ଦେଉଥିଲେ। ଏଣୁ ତାଙ୍କୁ ଏବେ ନିଲମ୍ବିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.