ବାଲେଶ୍ବର ଏଟିଏମରୁ ଟଙ୍କା ଲୁଟ ଘଟଣାରେ କାଦ୍ରାବାଗ ଅଞ୍ଚଳରୁ ମିଳିଲା ଏଟିଏମ୍ ବାକ୍ସ
5/05/2018 at 9:18 AM

ବାଲେଶ୍ବର ଏଟିଏମରୁ ଟଙ୍କା ଲୁଟ ଘଟଣାରେ କାଦ୍ରାବାଗ ଅଞ୍ଚଳରୁ ମିଳିଲା ଏଟିଏମ୍ ବାକ୍ସ । ଶିବ ମନ୍ଦିର ନିକଟ ନାଳରୁ ଏଟିଏମ୍ ବାକ୍ସ ମିଳିଛି । ଘଟଣାରେ କିଛି ଲେ।କଙ୍କୁ ଅଟକ ରଖି ପେ।ଲିସ ପଚରାଉଚରା କରୁଛି । ବାଲେଶ୍ବରର ଦୁଇଟି ଜାଗାରେ ଏଟିଏମରୁ ଟଙ୍କା ଲୁଟ୍ କରି ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଭୋରରୁ ଗୋଟିଏ ବୋଲେରୋରେ ୫ ରୁ ୬ଜଣ ଲୁଟେରା ପ୍ରଥମେ ସୁନହଟ ଛକରେ ଥିବା ଏଟିଏମ ନିକଟରେ ପହଞ୍ଚିଥିଲେ । ସେଠାରେ ଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଏଟିଏମ ମେସିନର ପଛପାଖକୁ ଯାଇ ଗ୍ୟାସ କଟରରେ କାଟି ଟଙ୍କା ଲୁଟ୍ କରିଥିଲେ। ପରେ ସେଥିରେ ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ । ସେହିପରି ଆଇଟିଆଇ ଛକରେ ଥିବା ଏଟିଏମରେ ସମାନ ଭାବେ ଲୁଟପାଟ କରିଥିଲେ । ସୁନହଟ ଏଟିଏମ୍ ରୁ ପ୍ରାୟ ୧୦ ଲକ୍ଷ ଓ ଆଇଟିଆଇ ଏଟିଏମ୍ ରୁ ୨୫ ଲକ୍ଷରୁ ଅଧିକ ଲୁଟ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।