scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଲଭର ସ୍କ୍ରିନ୍‌ରେ ଧମାଲ କରିବେ SRK ଏବଂ ଥଲପତି ବିଜୟ, କନଫର୍ମ କଲେ ନିର୍ମାତା ଅଟଲି

14/11/2023 at 3:03 PM

ମୁମ୍ଵାଇ ୧୪।୧୧: ଚଳଚ୍ଚିତ୍ର ନିର୍ମାତା ଅଟଲି । ଦକ୍ଷିଣର ସୁପରଷ୍ଟାର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ । ଆକ୍ସନ୍ ଠାରୁ ରୋମାନ୍ସ ପର୍ଯ୍ୟନ୍ତ ସବୁକିଛି ତାଙ୍କ ଚଳଚ୍ଚିତ୍ରରେ ଦେଖିବାକୁ ମିଳେ । ନିକଟରେ ଅଟଲି ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ଜୱାନ ସହିତ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ଅଟଲି ଶାହାରୁଖ ଥଲାପତି ବିଜୟଙ୍କ ସହ ବଡ ପ୍ରୋଜେକ୍ଟର ସୂଚନା ଦେଇଛନ୍ତି । ଯାହା ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି ।  ତେବେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ଆଉ କୌଣସି ଡିଟେଲ୍ସ ସେୟାର କରିନାହାଁନ୍ତି।

ଅଟଲି ପ୍ରକାଶ କରିଛନ୍ତି ଯେ ସେ ବର୍ତ୍ତମାନ ସେ ସ୍କ୍ରିପ୍ଟରେ କାମ କରୁଛନ୍ତି । ଯାହା ଏହି ପାୱାରହାଉସ୍ ପ୍ରତିଭାମାନଙ୍କୁ ଏକତ୍ର କରିବ। ଅଟଲିଙ୍କ ନିର୍ଦ୍ଦେଶନାରେ ଦୁଇ ବଡ କଳାକାରଙ୍କ ସହଯୋଗର ସମ୍ଭାବନା ପ୍ରଶଂସକ ଏବଂ ସିନେଭର୍ସ ମଧ୍ୟରେ ଉତ୍ସାହ ବଢାଇ ଦେଇଛି। ଏକ ସାକ୍ଷାତକାରରେ ଅଟଲି ପ୍ରକାଶ କରିଛନ୍ତି ସେ ଦୁଇଜଣ ହିରୋଙ୍କ ସହ ଫିଲ୍ମ କରିବାକୁ ଯୋଜନା କରୁଛନ୍ତି, ଏଥିପାଇଁ ଦୁହେଁ ପ୍ରସ୍ତୁତ ଅଛନ୍ତି। ଏହା ମୋର ପରବର୍ତ୍ତୀ ଚଳଚ୍ଚିତ୍ର ହୋଇପାରେ। ମୁଁ ଏହାର ସ୍କ୍ରିପ୍ଟ ପାଇଁ ବହୁତ କଠିନ ପରିଶ୍ରମ କରୁଛି। ଦେଖିବା କଣ ହେଉଛି … ।

କହିବାକୁ ଗଲେ ନିକଟରେ ଶାହରୁଖଙ୍କ ଅଭିନୀତ ଫିଲ୍ମ ଜୱାନ ବ୍ଲକବଷ୍ଟର ହୋଇଥିଲା। ଯାହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ଏହି ଚଳଚ୍ଚିତ୍ର ଘରୋଇ ବଜାରରେ ୬୪୦ କୋଟିରୁ ଅଧିକ ଟଙ୍କା କଲେକସନ୍‌ କରିଛି । ଏହି ଚଳଚ୍ଚିତ୍ର ବିଶ୍ୱରେ ୧୧୪୦ କୋଟିରୁ ଅଧିକ ବ୍ୟବସାୟ କରିଛି।

   Related Posts