ଈଶ୍ୱରଙ୍କ ଚେହେରାର ସ୍କେଚ୍ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ, ଜାଣନ୍ତୁ କିପରି ତାଙ୍କର ସ୍ୱରୂପ

Published By : Prameya-News7 Bureau | November 24, 2019 IST

ପୌରାଣିକ କଥା ଅନୁସାରେ ସନାତନ ଧର୍ମରେ ୩୩ କୋଟି ଦେବୀଦେବତା ଅଛନ୍ତି। ହେଲେ କେହି କେବେ ସେମାନଙ୍କ ରୂପ ଦର୍ଶନ କରିଛନ୍ତି କି ? ନିଶ୍ଚିତ ରୂପେ ନା, ହେଲେ ଏ ଦିଗରେ ଦୀର୍ଘ ବର୍ଷରୁ ଗବେଷଣା ଚଳାଇଥିବା ଆମେରିକୀୟ ବୈଜ୍ଞାନିକମାନେ ପ୍ରଥମ ଥର ଈଶ୍ୱରଙ୍କ ରୂପର ସ୍କେଚ୍ ପ୍ରସ୍ତୁତ କରିଛନ୍ତି। ତେବେ ଆସନ୍ତୁ ଜାଣିବା ବୈଜ୍ଞାନିକ ପ୍ରସ୍ତୁତ କରିଥିବା ଈଶ୍ୱରଙ୍କ ପ୍ରତିକୃତି କିପରି ?

{"id":189327,"sizeSlug":"large"}

ବୈଜ୍ଞାନିକମାନେ ଅନେକ ଆମେରିକୀୟ ଚେହେରାର ବିଶ୍ଲେଷଣ ପରେ ଏହି ସ୍କେଚ୍ ପ୍ରସ୍ତୁତ କରିଛନ୍ତି। ହୁଏତ ଏହା ହିଁ ଭଗବାନଙ୍କ ଅସଲ ରୂପ ହୋଇପାରେ। ଯେଉଁଥିରେ ତାରୁଣ୍ୟତା ସାଙ୍ଗକୁ ଯୁବ ସ୍ୱଭାବ ଓ ନାରୀର କୋମଳତା ବି ଭରି ରହିଛି। ଏଥିରୁ ଅନୁମାନ କରନ୍ତୁ ଭଗବାନଙ୍କ ଅସଲ ରୂପ କିପରି ହୋଇପାରେ। ଆମେରିକାରେ ବୈଜ୍ଞାନିକମାନେ ଈଶ୍ୱରଙ୍କ ଅନୁସନ୍ଧାନରେ ତାଙ୍କର ସ୍କେଚ୍ ବି ପ୍ରସ୍ତୁତ କରିସାରିଲେଣି। ହେଲେ ରୋଚକ କଥା ହେଉଛି ଭଗବାନଙ୍କୁ ମାନିଥିବା ଭାରତୀୟ ଏଦିଗରେ ଏପର୍ଯ୍ୟନ୍ତ ସାମାନ୍ୟତମ ଉଦ୍ୟମ ବି କରିନାହାନ୍ତି।

{"id":189330,"sizeSlug":"large"}

ବୈଜ୍ଞାନିକମାନଙ୍କ ଏହି ଗବେଷଣା ନିବନ୍ଧକୁ ଗବେଷଣା ପତ୍ରିକା 'ପିଏଲଓଏସ-୧' ପ୍ରକାଶିତ କରିଛି। ବୈଜ୍ଞାନିକମାନେ ଇଶା ମସିହଙ୍କ ଅନୁସନ୍ଧାନରେ ଲାଗିଥିବା ବେଳେ ଈଶ୍ୱରଙ୍କୁ ଖୋଜି ପାଇଛନ୍ତି। ଇଶାୟୀ ଧର୍ମାବଲମ୍ବୀମାନେ ଯିଶୁ ବୃଦ୍ଧ ନୁହଁନ୍ତି ଯୁବକ ବୋଲି କହିବା ପରେ ବୈଜ୍ଞାନିକ ସେମାନଙ୍କ ଗବେଷଣାର ଦିଗ ପରିବର୍ତ୍ତନ କରିଥିଲେ। ବୈଜ୍ଞାନିକ ଓ ମନୋ ବୈଜ୍ଞାନିକମାନେ ୫୧୧ ଜଣ ଆମେରିକୀୟ ଇଶାୟୀଙ୍କ ସହାୟତାରେ ୟୁନିଭର୍ସିଟି ଅଫ ନର୍ଥ କାଲିଫର୍ଣ୍ଣିଆର ଚାପେଲ ହିଲରେ ଈଶ୍ୱରଙ୍କ ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି। ହଜାର ହଜାର ଲୋକଙ୍କ ଚିତ୍ରକୁ ଜୋତି ସେମାନ ଭଗବାନଙ୍କୁ ପ୍ରକଟ କରିବା ଲାଗି ଉଦ୍ୟମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.