ନୂଆଦିଲ୍ଲୀ: ଭାରତ-ପାକ୍ ସମ୍ପର୍କ ନେଇ ସମସ୍ତେ ଉଣା ଅଧିକେ ଅବଗତ। ହେଲେ ଏବେ ଏମିତି କିଛି ଆବଶ୍ୟକତା ପଡିଛି ଯେଉଁଥି ପାଇଁ ପାକିସ୍ତାନକୁ ଅନୁରୋଧ କରିବାକୁ ପଡିଛି ଭାରତକୁ। ଯଦି କାରଣ ଜାଣିବେ ତାଜ୍ଜୁବ ହେବେ ନିଶ୍ଚିତ। ହେଲେ ଯଦି ଏଥି ପାଇଁ ପାକ୍ ସହମତ ହୋଇ ଯାଏ ତେବେ ଉଭୟ ଦେଶର ଆଗାମୀ ସମ୍ପର୍କ କ’ଣ ହେବ ଏବେ କେବଳ ତାହା ଅନୁମାନ କରଯାଇପାରେ। ଆସନ୍ତା ୧୩ ତାରିଖ ଦିନ କିର୍ଗିସ୍ତାନର ବିସ୍କେକରେ ଅନୁଷ୍ଠିତ ହେବ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ଶିଖର ସମ୍ମିଳନୀ। ୧୩ ଓ ୧୪ଜୁନ ୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାକୁ ଯିବେ। ତେବେ ଭାରତର ବାଲକୋଟ ଆକ୍ରମଣ ପରଠାରୁ ନିଜ ଆକଶ ସୀମା ସିଲ କରିଥିବା ପାକ୍ ଏପର୍ଯ୍ୟନ୍ତ କାହାରି ପାଇଁ ଉନ୍ମୁକ୍ତ କରିନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ବିସ୍କେକ ଯାତ୍ରା ପାଇଁ ଆକାଶ ମାର୍ଗ ଉନ୍ମୁକ୍ତ କରିବାକୁ ପାକିସ୍ତାନକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିବା ଜଣାପଡିଛି।
{"id":121555}ବାଲକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ଯୋଗୁ ଗତ ଫେବୃୟାରୀ ୨୬ ତାରିଖରୁ ନିଜର ସମଗ୍ର ବାୟୁସୀମାକୁ ପାକ୍ ଅବରୋଧ କରିରଖିଛି। ପାକିସ୍ତାନ ଉପରଦେଇ ୧୧ଟି ଅନ୍ତର୍ଜାତୀୟ ବାୟୁ ମାର୍ଗ ରହିଛି। ତେବେ ସେବେଠାରୁ ପାକ୍ ମାତ୍ର ୨ଟି ମାର୍ଗରେ ଅନ୍ତର୍ଜାତୀୟ ବିମାନଙ୍କୁ ଯାତାୟାତର ଅନୁମତି ଦେଇଛି। ଯାହା କେବଳ ଦକ୍ଷିଣ ପାକିସ୍ତାନ ଉପର ଦେଇ ଯାଉଛି। ହେଲେ ଏଥିରୁ ଅନ୍ତର୍ଜାତୀୟ ଠିକଣାରେ ଉଡାଣ କରୁଥିବା ଭାରତୀୟ ବିମାନଙ୍କୁ କିଛି ଲାଭ ମିଳୁ ନାହିଁ। ପାକ୍ ବାୟୁସୀମା ବନ୍ଦ ରହିବା ଯୋଗୁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନଙ୍କୁ ଅଧିକ ସମୟ ସହ ଇନ୍ଧନ ବାବଦେ ପ୍ରଚୁର ଖର୍ଚ୍ଚ କରିବାକୁ ପଡୁଛି। ତେବେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସିଧା କିର୍ଗିସ୍ତାନ ଯାତ୍ରା ପାଇଁ ଗୋଟିଏ ବାୟୁମାର୍ଗ ଖୋଲିବାକୁ ଅନୁରୋଧ କରାଯାଇଥିବା ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।
{"id":121556}ତେବେ ଗତ ମେ ୨୧ ତାରିଖରେ ତତ୍କାଳୀନ ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିମାନକୁ ପାକିସ୍ତାନ ଉପର ଦେଇ ସିଧା ବିସ୍କେକରେ ଅନୁଷ୍ଠିତ ହୋଇଥିବା ଏସସିଓ ବିଦେଶମନ୍ତ୍ରୀଙ୍କ ସମ୍ମିଳନୀକୁ ଯିବା ଲାଗି ଅନୁମତି ଦେଇଥିଲା । ହୁଏତ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅନୁମତି ଦେଇପାରେ ବୋଲି ଭାରତୀୟ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି।
{"id":121557,"width":583,"height":526}ତେବେ ଭାରତର ବାଲକୋଟ ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତିରେ ଭାରତ ମଧ୍ୟ ନିଜର ବାୟୁସୀମା ସିଲ କରିଥିଲା। ତେବେ ପରିସ୍ଥିତିରେ ପରିବର୍ତ୍ତନ ପରେ ଭାରତ ସମସ୍ତ ଅନ୍ତର୍ଜାତୀୟ ଆକାଶ ମାର୍ଗ ଉନ୍ମୁକ୍ତ କରିଥିଲେ ହେଁ ପାକିସ୍ତାନର କଟକଣା ଯୋଗୁ ତାହା ମୂଲ୍ୟହୀନ ହୋଇପଡିଛି। ପାକ୍ ନିଜର ବାୟୁସୀମା ବନ୍ଦ କରି ରଖିବା ଯୋଗୁ ଭାରତର ଇଣ୍ଡିଆନ ଏୟାରଲାଇନ୍ସ ଓ ଇଣ୍ଡିଗୋ ଏୟାରଲାଇନ୍ସର ଅନ୍ତର୍ଜାତୀୟ ଉଡାଣ ଗୁରୁତର ପ୍ରଭାବିତ ହୋଇଛି। ସେହିପରି ଖର୍ଚ୍ଚ ଅଧିକ ହେଉଥିବାରୁ ଭାରତକୁ ଅନେକ ବିଦେଶୀ ବିମାନ କମ୍ପାନୀଙ୍କ ଉଡାଣ ମଧ୍ୟ ଇତିମଧ୍ୟରେ ବନ୍ଦ ହୋଇଗଲାଣି। ତେବେ ଭାରତର ଅନୁରୋଧକୁ ପାକ୍ କିଭଳି ବ୍ୟବହାର କରୁଛି ତାହା ଏବେ ଦେଖିବାକୁ ରହିଲା।