scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ଼ ବନ୍ଦ, ବିଭିନ୍ନ ଛକରେ ପିକେଟିଂ ସହ ଗାଡି ମଟର ବନ୍ଦ

7/12/2023 at 9:15 AM

ଆଠଗଡ ୦୭/୧୨: ଆଠଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ଼ ବନ୍ଦ । ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ଼ ଜିଲ୍ଲାକ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନର ସଦସ୍ୟ ମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ବନ୍ଦ କରିଛନ୍ତି ।

ଆଠଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ସମୟରେ ବାରମ୍ୱାର ଦାବି ହେଉଥିବା ବେଳେ ତାହାକୁ ଅଣଦେଖା କରାଯାଉଥିବାରୁ ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡ଼ ବ୍ଲକ ଅଫିସ୍ ସମ୍ମୁଖରେ ଏକ ମାସ ହେବ ଧାରଣା ଦେଇଥିଲେ କ୍ରିୟାନୁଷ୍ଠାନ କମିଟି । ଆଜିର ବନ୍ଦ ଡାକରାରେ ସାମିଲ ଅଛନ୍ତି ଆଠଗଡ଼ ଅଞ୍ଚଳର ବୁଦ୍ଧିଜୀବି, ଓକିଲ ସଂଘ ଭଳି ବହୁ ଅନୁଷ୍ଠାନ।

ସୁରକ୍ଷା ଦୃଷ୍ଠିରୁ ଆଠଗଡ଼ ଏସଡିପିଓଙ୍କ ନେତୃତ୍ୱରେ ତିନି ପ୍ଳାଟୁନ ଫୋର୍ସ ମୁତୟନ ଯିବା ସହିତ ଆଠଗଡ଼ ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି। ବନ୍ଦ ରହିଛି ଆଠଗଡ଼ର ସମସ୍ତ ଦୋକାନ ବଜାର ।

   Related Posts