Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବାହାଘର ପରେ ଲକ୍ଷେ ଟଙ୍କା ଯୌତୁକ ମାଗୁଥିଲେ, ମୁଁ ଦେଇ ନପାରିବାରୁ ମୋ ଝିଅକୁ ମାରିଦେଲେ-ସରୋଜିନୀଙ୍କ ବାପା

30/06/2022 at 8:28 AM

ମାହାଙ୍ଗା ୩୦।୦୬ : ଭଲ ପାଇ ବାହା ହୋଇଥିଲେ, ହେଲେ ବର୍ଷକ ମଧ୍ୟରେ ଚାଲିଗଲା ନବବଧୂର ଜୀବନ ।  ବେକରେ ରଶି ଲଗାଇ ଆତ୍ମହତ୍ୟାକରିଦେଲେ ନବବଧୂ ସରୋଜିନୀ ବାରିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କଟକ ଜିଲ୍ଲା ମାହାଙ୍ଗା ଥାନା ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗାଁର ଶ୍ୟାମସୁନ୍ଦର ବାରିକଙ୍କ ଝିଅ ସରୋଜିନୀ ବାରିକ, ଯାଜପୁର ଜିଲ୍ଲା ବରି  ବ୍ଲକ ସାବୁଆ ଗାଁର ଗଣେଶ୍ୱର ବାରିକଙ୍କ ପୁଅ ଗତିରଞ୍ଜନ ବାରିକଙ୍କ ସହ ବିବାହ କରିଥିଲେ । ପ୍ରେମ କରି ବର୍ଷକ ତଳେ ଉଭୟ ବିବାହ କରିଥିଲେ । ହେଲେ ଗୁରୁବାର ଦିନ ସରୋଜିନୀ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଶାଶୁ ଘର ଲୋକେ ସରୋଜିନୀକୁ ଉଦ୍ଧାର କରି ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।

ସେପଟେ ଶାଶୁ ଘର ଲୋକେ ସରୋଜିନୀ ଆତ୍ମହତ୍ୟା କରିଛି ବୋଲି କହୁଥିବା ବେଳେ ମୃତ ସରୋଜିନୀର ବାପା ବରି ଥାନାରେ ଏତଲା ଦେଇଛନ୍ତି । ଏତଲା ଲେଖିଛନ୍ତି ଯେ, ଝିଅ ବିବାହ ପରେ ତାର ଶାଶୁ ଘର ଲୋକେ ଯୌତୁକ ପାଇଁ ଏକ ଲକ୍ଷ ଟଙ୍କା ମାଗୁଥିଲେ । ମୁଁ ଦେଇ ନପାରିବାରୁ ସେମାନେ ମୋ ଝିଅକୁ ହତ୍ୟା କରିଛନ୍ତି। ମାହାଙ୍ଗା ପୋଲିସ ଶବ ଜବତ କରି ବରି ଥାନାକୁ ଜଣାଇଛି।

   Related Posts