ଅଲିମ୍ପିକ-୨୦୩୬ ପାଇଁ ପ୍ରସ୍ତୁତି କରୁଥିବା ଖେଳାଳିଙ୍କୁ ପ୍ରତିମାସରେ ମିଳିବ ୫୦,୦୦୦ ଟଙ୍କା: ଅମିତ ଶାହ

Published By : Prameya-News7 Bureau | July 19, 2025 IST

ନୂଆଦିଲ୍ଲୀ ୧୯।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଲିମ୍ପିକ ୨୦୨୬ ପାଇଁ ପ୍ରସ୍ତୁତି ଚଳାଇଥିବା ଆଥଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅଲିମ୍ପିକ ପ୍ରସ୍ତୁତି ଚଳାଇଥିବା ପାଖାପାଖି ୩ ହଜାର ଖେଳାଳିଙ୍କୁ ସରକାର ପ୍ରତି ମାସରେ ୫୦ ହଜାର ଟଙ୍କା ଦେଉଛନ୍ତି। ‘ୱାର୍ଲଡ ପୋଲିସ ଆଣ୍ଡ ଫାୟାର ଗେମସ୍-୨୦୨୫’ରେ ଅଂଶଗ୍ରହଣ କରିଥିବା ଭାରତୀୟ ଟିମ୍ ର ସମ୍ମାନ ସମାରୋହକୁ ସମ୍ବୋଧିତ କରି ଶାହ ଏହା କହିଛନ୍ତି। 

ସେ କହିଛନ୍ତି ଯେ ହାର ଅଥବା ଜିତ୍ ଖେଳର ଅଂଶବିଶେଷ ତେବେ ଜିତିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ଓ ଏଥି ପାଇଁ ରଣନୀତି ପ୍ରସ୍ତୁତ କରିବା ପ୍ରତ୍ୟେକଙ୍କ ସ୍ୱଭାବ ହେବା ଆବଶ୍ୟକ। ଶାହ କହିଛନ୍ତି ଯେଉଁମାନେ ଜିତିବାକୁ ଅଭ୍ୟାସରେ ପରିଣତ କରିଦିଅନ୍ତି ସେହିମାନେ ହିଁ କେବଳ ଅସାଧାରଣ ପ୍ରଦର୍ଶନ କରିପାରନ୍ତି। କେନ୍ଦ୍ରମନ୍ତ୍ରୀ ଅଖିଳ ଭାରତୀୟ ପୋଲିସ ଖେଳ ନିୟନ୍ତ୍ରଣ ବୋର୍ଡ ସମ୍ପର୍କିତ ସମସ୍ତ ୟୁନିଟକୁ ଅନୁନ୍ୟ ୩ଟି ପଦକ ଜିତିବାର ଲକ୍ଷ୍ୟ ହାସଲ କରିବାକୁ ନିବେଦନ କରିଛନ୍ତି। 

ଶାହ କହିଛନ୍ତି ଯେ ଏହି ଉପଲବ୍ଧି ୨୦୨୯ରେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ୱାର୍ଲଡ ପୋଲିସ ଆଣ୍ଡ ଫାୟାର ଗେମସ୍ ରେ ନୂଆ କିର୍ତ୍ତିମାନ ସ୍ଥାପନ କରିବ। ଅମିତ ଶାହ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ଫୋର୍ସ ନିମନ୍ତେ ନିୟମିତ ଖେଳ ଅଭ୍ୟାସ ନା କେବଳ ଉତ୍ତେଜନା ହ୍ରାସ କରିବ ବରଂ ପୋଲିସ କର୍ମଚାରୀଙ୍କ କାମର ମାନ ଉନ୍ନତ କରିବ। ସେ କହିଛନ୍ତି ଯେ ମୋର ପୁରା ବିଶ୍ୱାସ ଯେ ୨୦୩୬ ଅଲିମ୍ପିକରେ ଭାରତ ଶୀର୍ଷ ୫ ପଦକ ବିଜେତା ଦେଶଙ୍କ ମଧ୍ୟରେ ସାମିଲ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.