scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବାସନ୍ଦ ପରେ ପ୍ରତିକ୍ରିୟା ରଖିଲେ ଦୂତି, କହିଲେ ମୁଁ କ୍ୟାନସରରେ ପୀଡିତ ଥିଲି

19/08/2023 at 12:13 PM

ଭୁବନେଶ୍ୱର ୧୯/୦୮: ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ୪ ବର୍ଷ ପାଇଁ ବାସନ୍ଦ ହେବା ପରେ ପ୍ରତିକ୍ରିୟାରେ ଏମିତି କହିଛନ୍ତି ଆଥଲେଟ୍ ଦୂତି ଚାନ୍ଦ । ସେ କହିଛନ୍ତି ମୋତେ କ୍ୟାନସର ହୋଇଥିଲା, ମୁଁ ମେଡିସିନ ଖାଇଥିଲି । ଡାକ୍ତରଙ୍କ ପରାମର୍ଶରେ ମୁଁ ମେଡିସିନ ଖାଇଥିଲି । ଆଉ କିଛି ନୁହେଁ । ତାଙ୍କ କହିବା ଅନୁସାରେ ୨୦୨୧ରେ ତାଙ୍କ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ତାଙ୍କୁ ଏହି ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ସହ ଅଲିମ୍ପିକ୍ସ ଚାଲି ଯାଇଥିବାରୁ ତାଙ୍କର ପ୍ରଦର୍ଶନ ଭଲ ହୋଇନଥିଲା । ଟୋକିଓରୁ ଆସିବା ପରେ ଯନ୍ତ୍ରଣା ବଢିଯାଇଥିଲା । ଅଲଟ୍ରାସାଉଣ୍ଡରୁ କିଛି ଜଣାନପଡ଼ିବା ପରେ ଏମଆରଆଇରେ କର୍କଟ ଆକ୍ରାନ୍ତ ହୋଇଥିବା ଧରାପଡ଼ିଥିଲା ବୋଲି କହିଛନ୍ତି ଦୂତି ଚାନ୍ଦ । ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଷ୍ଟେଜ୍-୧ କର୍କଟ ହୋଇଥିବା ଜଣାପଡ଼ିଥିବା କହିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ ।

ତେବେ ଦୂତି କହିଛନ୍ତି ଯେ ଯେହେତୁ ମୁଁ ଦେଶେ ପାଇଁ ଅନେକ ଗୌରବ ଆଣିଛି । ସେଥିପାଇଁ ମୋ ତେ ଥର ସୁଯୋଗ ଦିଆଯାଉ । ମୋର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମୋତେ ଥରେ ଚାନ୍ସ ମିଳୁ । ଚାନ୍ସ ମିଳିଲେ ମୁଁ ନିଶ୍ଚୟ ୨୦୨୪ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିବି ।

ସୂଚନାଥାଉକି, ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ ମାରିଛନ୍ତି ଦୂତି ଚାନ୍ଦ । ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଥିଲା । ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାମଧ୍ୟରେ କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ ।

you can also read…

ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛନ୍ତି ନାଡା। ଗତ ୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ଦଣ୍ଡାଦେଶ ହେବାର ୨୧ ଦିନ ମଧ୍ୟରେ ଦୂତି ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ ADAP ନିକଟରେ ପୁନଃ ବିଚାର ପାଇଁ ଆବେଦନ କରିପାରିବେ ।

   Related Posts