ବିବାହ କରିବେ କେ.ଏଲ୍ ରାହୁଲ- ଆଥିଆ, ସୁନିଲ୍ ଶେଟ୍ଟିଙ୍କ ଘରେ ବାଜିବ ଶାହାନାଇ

Published By : Prameya-News7 Bureau | April 20, 2022 IST

ନୂଆଦିଲ୍ଲୀ ୨୦।୦୪ : ବର୍ତ୍ତମାନ ଛୋଟ ପରଦା ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ବିବାହ ଋତୁ ଚାଲିଛି । ଗୋଟିଏ ପରେ ଗୋଟିଏ ବିବାହ ଖବର ଆସୁଛି । ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡିବାକୁ ଯାଉଛି । ଆଜ୍ଞା ହଁ, ଆଲିଆ-ରଣବୀରଙ୍କ ବିବାହ ପରେ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲଙ୍କ ବିବାହ ଖବର ସାମ୍ନାକୁ ଆସୁଛି।

ଯେ ଉଭୟଙ୍କର ଖୁବ୍‌ ଶୀଘ୍ର ହାତ ଗଣ୍ଠି ପଡିପାରେ । ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଦାବି କରାଯାଇଛି। ଆଥିଆ ଏବଂ କେ.ଏଲ୍ ରାହୁଲ ତିନି ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ପିଙ୍କଭିଲାଙ୍କ ରିପୋର୍ଟରେ କୁହାଯାଉଛି କି ଆଥିଆ ଏବଂ ରାହୁଲଙ୍କ ବିବାହ ଚଳିତ ବର୍ଷର 'ବିଗ୍ ଫ୍ୟାଟ୍ ବଲିଉଡ୍ ବିବାହ' ହେବାକୁ ଯାଉଛି। ଦୁହେଁ ୨୦୨୨ ଶେଷ ତଥା ଶୀତ ଦିନରେ ରେ ବିବାହ କରିବେ ।

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ଓ ଆଥିଆ ସେଟ୍ଟୀଙ୍ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି । ଦୁହିଁଙ୍କ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଯେଉଁଠି ଦେଖିବ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ପରସ୍ପର ଏକାଠି ଖୋଲା ଖୋଲି ଭାବେ ଫଟୋ ସେୟାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.