୩ ଦିନ ଚାଲିବ କେ.ଏଲ ରାହୁଲ-ଆଥିଆଙ୍କ ବିବାହ, ସାମିଲ୍ ହେବେ ସଲମାନ, ଅକ୍ଷୟ, କୋହଲି
12/01/2023 at 1:39 PM

ମୁମ୍ଵାଇ ୧୨।୦୧: ବଲିଉଡରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। କ୍ରିକେଟର କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀଙ୍କ ବିବାହ ଖବର ଫାଇନାଲ ବୋଧ ହୁଏ ହୋଇଛି। ଇଣ୍ଡିଆ ଟୁଡେରେ ଏକ ବିଶେଷ ସୂଚନା ରହିଛି ଯେ ଆଥିଆ, କେ.ଏଲ୍ ରାହୁଲଙ୍କ ବିବାହ ଉତ୍ସବ ତିନି ଦିନ ଧରି ଚାଲିବ। ଏହି ବିବାହ ଚଳିତ ବର୍ଷ ଜାନୁଆରୀ ୨୩ରେ ହେବ । ବିବାହର ସମସ୍ତ ରୀତିନୀତି ତିନି ଦିନ ପର୍ଯ୍ୟନ୍ତ ଚାଲିବ । ହେଲେ ପରିବାରର ତରଫରୁ କୌଣସି ବ୍ୟକ୍ତି ଏପର୍ଯ୍ୟନ୍ତ ସୂଚନା ଦେଇ ନାହାନ୍ତି। କିନ୍ତୁ କୁହାଯାଉଛି କି ସୁନୀଲଙ୍କ ଖଣ୍ଡାଲା ବଙ୍ଗଳା ଠାରେ ଏହି ବିବାହ ହେବ।
କାର୍ଯ୍ୟ ତିନି ଦିନ ପର୍ଯ୍ୟନ୍ତ ଚାଲିବ –
କୁହାଯାଉଛି ବର୍ଷର ବହୁ ପ୍ରତୀକ୍ଷିତ ବିବାହ ହେବ। ନୂଆ ବର୍ଷ ଆରମ୍ଭ ହେବା ସହିତ ଏହା ମଧ୍ୟ ନିଶ୍ଚିତ ହୋଇଛି ଯେ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ସମ୍ପର୍କ ଏକ ନୂଆ ନାମ ପାଇବେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଯେ ଖୁବ୍ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଲାଗୁଛି ବର୍ତ୍ତମାନ ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଥିବା ଜଣାପଡିଛି। ବିବାହର ସମସ୍ତ ରୀତିନୀତି ଜାନୁୟାରୀ ୨୧ ରୁ ଜାନୁୟାରୀ ୨୩ ମଧ୍ୟରେ କରାଯିବ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ହଲଦୀ-ମେହେନ୍ଦି ଏବଂ ସଂଗୀତ କାର୍ଯ୍ୟ ୨୧-୨୨ରେ କରାଯିବ। ୨୩ରେ ଆଥିଆ ଏବଂ ରାହୁଲ ସାତ ଫେରା ନେବେ।
ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତି ରହିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଅତିଥି ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ବଲିଉଡ ଏବଂ କ୍ରିକେଟ୍ ଦୁନିଆର ଭେଟେରାନମାନଙ୍କ ଅଂଶଗ୍ରହଣ ହେବାର ସମ୍ଭାବନା ଅଛି । ସେଥିମଧ୍ୟରୁ ସଲମାନ ଖାନ, ଜ୍ୟାକି ଶ୍ରଫ, ଅକ୍ଷୟ କୁମାର, ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲିଙ୍କ ପରି ବଡ ସେଲିବ୍ରିଟି ଅଛନ୍ତି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପରେ ଏବେ ପ୍ରଶଂସକମାନେ କେ.ଏଲ୍ ରାହୁଲ-ଆଥିଆଙ୍କ ବିବାହ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।