ଆଜିଠୁ ଅଠରନଳା ପୋଲ ଉପରେ ଯାତାୟତ ବନ୍ଦ, ଚାଲିବ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ

Published By : Prameya-News7 Bureau | December 24, 2020 IST

ପୁରୀ ୨୪।୧୨:  ଆଜି ଠାରୁ ଅଠରନଳା ପୋଲ ଉପରେ ଯାତାୟତ ବନ୍ଦ। ଐତିହ୍ୟ କିର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇଛି। ଏଏସ୍ଆଇର ରିପୋର୍ଟ ଆଧାରରେ ଆଜିଠାରୁ ଅଠରନଳାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ କରାଯିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।

{"id":382006,"sizeSlug":"large","linkDestination":"none"}

ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି ପୁରୀ ସହରର ବିଭିନ୍ନ କିର୍ତ୍ତିରାଜି ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଛି । ପ୍ରଥମେ ଜଗନ୍ନାଥ ମନ୍ଦିର ଓ ତା ଚାରିପଟ । ଆଉ ଏବେ ସହରର ଥିବା କିର୍ତ୍ତିରାଜି । ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ଥିବା ଅଠରନଳା ପୋଲର ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିପାଇଁ କି ଆଜି ଠାରୁ ଅଠରନଳା ପୋଲ ଉପରେ ୟାତାୟତ କରିବା ଉପରେ କଟକଣା ଲଗାଯାଇଛି । ଏହି କଟକଣା ସମୟରେ ପୋଲର ପୁନରୁଦ୍ଧାର କାର୍ଯ୍ୟ କରାଯିବ ।

{"id":382007,"sizeSlug":"large","linkDestination":"none"}

 ଏଏସ୍‌ଆଇର ରିପୋର୍ଟ ଆଧାରରରେ ଆଜିଠାରୁ ଅଠରନଳା ପୋଲ ଉପରେ ଯାତାୟତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ କରାଯିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.