ମାହେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରୀ, ୪ ଜଣ ଥାନାରେ ଅଟକ

Published By : Prameya-News7 Bureau | October 16, 2022 IST

ଆଠମଲ୍ଲିକ, ୧୬/୧୦: ଆଠମଲ୍ଲିକ ମାହେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରୀ ହୋଇଥିବା ଜଣାପଡ଼ିଛି । ଉତ୍ତର ଦିଗରେ ଥିବା ପାର୍ଶ୍ଵ କବାଟ ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରିଥିଲେ ଚୋର । ଘଟଣା ସ୍ଥାଳକୁ ଏକ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରୁଥିବା ଜଣାପଡ଼ିିଛି । ପୋଲିସ ମନ୍ଦିର ନିକଟରେ ଥିବା ଗ୍ରାମରୁ ସନ୍ଦେହରେ ଚାରି ଜଣକୁ ଅଟକ ରଖି ତଦନ୍ତ ଚଲାଇଛି । ମନ୍ଦିର କବାଟ ମଜବୁତ ତିଆରି କରିବା ସହିତ ମନ୍ଦିରରେ ସିସିଟିଭି କ୍ୟାମେରା ଆଦି ଲଗାଇବାକୁ ଲୋକେ ଦାବି କରଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.