ଆକାଶରୁ ବର୍ଷୁଛି ଅଗ୍ନିବର୍ଷା, କଲବଲ ହେଉଛି ସାଧାରଣ ଜୀବନ

Published By : Prameya-News7 Bureau | April 22, 2024 IST

ଆଠମଲ୍ଲିକ ୨୨/୦୪: ଗ୍ରୀଷ୍ମ ଲହରୀ ଅବ୍ୟାହତି । ଆକାଶରୁ ବର୍ଷୁଛି ଅଗ୍ନିବର୍ଷା । ଜନଜୀବନ ଅସ୍ତବ୍ୟସ୍ତ । ଘରୁ ବାହିରିଲେ ଜଳି ପୋଡି ଯାଉଛି ଦେହ ହାତ । କଲବଲ କରୁଛି ଗରମ ।ତାତିରେ ଛଟପଟ ଆଠମଲ୍ଲିକ ସହର । ଦିନ ୧୦ଟା ବାଜିଲେ ରାସ୍ତା ଘାଟ ଖାଲି ହେଇଯାଉଛି । ଢହ ଢହ ଖରା ସାଙ୍ଗକୁ ତତଲା ପବନରେ ସିଜୁଛି ଆଠମଲ୍ଲିକ । 

ଆଠମଲ୍ଲିକ ପ୍ରଶାସନ ତରଫରୁ ତାପ ମାତ୍ର ରେକର୍ଡ କରାଯାଉନାହିଁ । ଆଠମଲ୍ଲିକ ଅନୁଗୁଳ ଦୁରତା ୮୦ କିଲୋମିଟର । ଅନୁଗୁଳ ତାପମାତ୍ରାକୁ ଆଠମଲ୍ଲିକ ତାପମାତ୍ରାରେ ବିବେଚନା ଯାଉଛି । ଆଠମଲ୍ଲିକରେ ଅନୁଗୁଳ ଠାରୁ ଅଧିକ ତାପମାତ୍ରା ରହୁଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି । ସେପଟେ ତାତି ସାଙ୍ଗକୁ ଲୋଭୋଲଟେଜ୍ ଅସହ୍ୟ କରୁଛି । 

ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା ଖରାପ । ଅଂଶୁଘାତ ହେଲେ ରୋଗୀକୁ ଦେଖିବା ପାଇଁ ମେଡିସିନ ଡାକ୍ତର ନାହାଁନ୍ତି । ଆଠମଲ୍ଲିକ ବସ୍‌ଷ୍ଟାଣ୍ଡ ଭାଙ୍ଗି ଦେଇଥୁବାରୁ ଯାତ୍ରୀ ଖରା ପ୍ରକୋପରୁ ରଖା ପାଇବା ପାଇଁ ବିଶ୍ରମ ଗାର କିମ୍ବା ଛିଡା ହେବା ପାଇଁବି ସ୍ଥାନ ନାହିଁ । ରବିବାର ଆଠମଲ୍ଲିକରେ ସର୍ବାଧିକ ୪୪ ଡିଗ୍ରୀ ଥିବାର ଲୋକେ ପ୍ରକାଶ କରିଛନ୍ତି । 

ଆଠମଲ୍ଲିକରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗ୍ରୀଷ୍ମପ୍ରବାହରେ ଛଟପଟ ହେଉଛନ୍ତି ଆଠମଲ୍ଲିକ ବାସୀ । ଦିନ ୧୦ଟା ବାଜିଲେ ରାସ୍ତା ଘାଟ ଖାଲି ହେଇଯାଉଛି । କାହା ଭାଁ ଲୋକ ଯାତାୟତ କରୁଛନ୍ତି । ଦିନ ୧୨ଟା ବାଜିଲେ ଦେକାନ ବଜାର ବନ୍ଦ ହୋଇ ହୋଇ ଯାଉଛି । ପ୍ରଶାସନ ପକ୍ଷରୁ ଅନ୍ତତଃ ବ୍ୟବସ୍ଥା ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.