ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ
30/11/2022 at 8:49 AM

ଆଠମଲ୍ଲିକ ୩୦।୧୧ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି ।
ଖବର ଅନୁଯାୟୀ, ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ବୁଧବାର ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା। ଝାଟୁ ସାହୁ ଧାନ ଖଳାରୁ ଧୂଆଁ ବାହାରୁ ଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ବର୍ଷକର ଅମଳ ପୋଡ଼ି ପାଉଁଶ ହୋଇଯାଇଛି। ବର୍ଷକର ସମ୍ପତ୍ତି ଛାରଖାର ହୋଇଯାଇଥିବାରୁ ଏବେ ଝାଟୁ ସାହୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023