ମହାକାର୍ତ୍ତିକର ତୃତୀୟ ସୋମବାର, ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି

Published By : Prameya-News7 Bureau | October 24, 2022 IST

ଆଠଗଡ ୨୪/୧୦: ମହା କାର୍ତ୍ତିକ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ହୋଇ ଉଠିଛି ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ତୃତୀୟ ସୋମବାରରେ ଦୀପାବଳି ପଡୁଥିବାରୁ ବାବା ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

ପୂଜକ ସମିତି ପକ୍ଷରୁ ରାତି ୩ ଟାରୁ ଦ୍ୱାର ଫିଟାଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ଭୋର ୪ ଟା ବେଳକୁ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଉଥିଲା ।

ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ସହିତ ଝୁଲାପୋଲରେ ଭିଡ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶିବଙ୍କ ଅତି ପ୍ରିୟବାର ସୋମବାରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.