କ୍ଷମତା ଅନୁଯାୟୀ ନାହାନ୍ତି କଏଦୀ, ବନ୍ଦ ହେବ ଆଠଗଡ଼ ଉପକାରାଗାର

Published By : Prameya-News7 Bureau | February 25, 2024 IST

ଆଠଗଡ଼ ୨୫।୦୨ : ବନ୍ଦ ହୋଇଯିବ ଆଠଗଡ ଉପକାରାଗାର । ଆଠଗଡ ଜେଲରେ କ୍ଷମତା ଅନୁଯାୟୀ କଏଦୀ ନାହାନ୍ତି । ଏହା ଭିତରେ ଜେଲର ଅଧିକାଂଶ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଫଳରେ ରାଜାରାଜୁଡା ଅମଳର ଏହି କାରାଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ଆଠଗଡ ଜେଲରେ ୩୭ ଜଣ ବିଚାରାଧୀନ ବନ୍ଦୀ ରହିବାର ବ୍ୟବସ୍ଥା ରହିଛି । ଗତ ଜୁଲାଇ ମାସରେ ଆଠଗଡ ଉପକାରାଗାରରୁ ବିଚାରାଧୀନ ବନ୍ଦୀମାନଙ୍କୁ ଖୁଣ୍ଟୁଣୀ ସ୍ଥିତ ଆଦର୍ଶ କାରାଗାରକୁ ସ୍ଥାନାନ୍ତର କରାଯାଇଛି । ଆଠଗଡ ଜେଲ ବିଚାରାଧୀନ କଏଦୀମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ଖୁଣ୍ଟୁଣୀ ଆଦର୍ଶ କାରାଗାର ସଜା ପାଇଁ ଥିବା ବନ୍ଦୀଙ୍କ ପାଇଁ ଉଦ୍ଧିଷ୍ଟ । ତେବେ ବିଚାରାଧୀନ କଏଦୀଙ୍କୁ ଖୁଣ୍ଟୁଣା ଜେଲକୁ ପଠାଯିବା ଜେଲ ମାନୁଆଲ ୨୦୨୦ ନିୟମର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।

wp:html /wp:html

ତେବେ ଜେଲରେ ଜଣେ ଲେଖାଏଁ ସୁପରିଟେଣ୍ଡେଣ୍ଟ, ଆସିଷ୍ଟାଣ୍ଡ ଜେଲର, ସବ ଆସିଷ୍ଟାଣ୍ଡ ଜେଲର, ୨ ମୁଖ୍ୟ ୱାର୍ଡର, ୮ ପୁରୁଷ ୱାର୍ଡର , ୨ ମହିଳା ୱାର୍ଡର, ଜଣେ ଫାର୍ମାଷିଷ୍ଟ, ଗୋଟିଏ ସୁଇପର ପଦ ସମେତ ମୋଟ ୧୭ଟି ପଦବୀ ରହିଛି ।  ଗତ କିଛିମାସ ଭିତରେ ସୁପରିଟେଣ୍ଡେଣ୍ଟ, ଆସିଷ୍ଟାଣ୍ଡ ଜେଲର, ୱାର୍ଡର, ଫାର୍ମାସିଷ୍ଟଙ୍କୁ ବଦଳି କିମ୍ବା ଡେପୁଟେସନରେ ଅନ୍ୟତ୍ର ପଠାଯାଇଛି । ଫଳରେ କର୍ମଚାରୀ ସଂଖ୍ୟା ୫କୁ ଖସିଯାଇଛି । ଯାହାକୁ ନେଇ ଆଠଗଡ ଜେଲ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

wp:embed {"url":"https://www.prameyanews7.com/pm-modi-praises-odia-couple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-praises-odia-couple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.