ATM କ୍ୟାସ ଭ୍ୟାନ ଲୁଟ୍ ଘଟଣା, ପୁଣି ୩ ଜଣଙ୍କୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | October 20, 2021 IST

ଆଠଗଡ, ୨୦/୧୦:  ଆଠଗଡ ଥାନା ଅଞ୍ଚଳରୁ ATM କ୍ୟାସ ଭ୍ୟାନ ଲୁଟ୍ ଘଟଣାରେ ପୁଣି ତିନି ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବୌଦ୍ଧ ଥାନା ଅଞ୍ଚଳରୁ ଦୁଇଜଣ ଓ ନନ୍ଦନକାନନ ଅଞ୍ଚଳରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି ।ଗତ ୧୨ ତାରିଖରେ ଏଟିଏମ୍‌ ଗାଡ଼ି ଲୁଟ୍‌ କରି ଟଙ୍କା ନେଇ ପଳାଉଥିବା ବେଳେ ୩ଜଣଙ୍କୁ କାବୁ କରିଥିଲା ପୋଲିସ୍‌ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଆଠଗଡ଼ ପୋଲିସ୍ । ଏବେ ସୁଦ୍ଧା ଏହି ଲୁଟ୍‌ ଘଟଣରେ ସଂପୃକ୍ତ ମୋଟ ୬ ଜଣ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.