ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା : ତାତିଲା ସ୍ଥାନୀୟଲୋକେ, ବାଣପୁର ବିଟ୍‌ ହାଉସ୍‌ରେ ଭଙ୍ଗାରୁଜା

6/02/2023 at 2:39 PM

ଆଠଗଡ଼ ୦୬।୦୨ : ଆଠଗଡ଼ ବଡ଼ମ୍ବା ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ନେଇ ତାତିଲେ ସ୍ଥାନୀୟ ଲୋକ।  ଘଟଣାର ପ୍ରତିବାଦରେ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ବାଣପୁର ବିଟ୍ ହାଉସ୍ ରେ ଭଙ୍ଗାରୁଜା ସହ ପୋଡାଜଳା କରିଛି ଉତ୍ୟକ୍ତ ଲୋକ ।

ଏପଟେ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ପରେ ଆଠଗଡ ବନଖଣ୍ଡର ଦୁଇ ACFO ଘନଶ୍ୟାମ ମୁଦୁଲି ଏବଂ ହରେକୃଷ୍ଣ ମଲ୍ଲିକଙ୍କ ସହ ବଡ଼ମ୍ବା ରେଞ୍ଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହାସହ ୭ ବନକର୍ମଚାରୀଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦୁଇ ଦିନ ତଳେ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଦନ୍ତାର ମୃତଦେହ ମିଳିଥିଲା । ତାର ଦାନ୍ତ କାଟି ନିଆଯାଇଥିଲା ।

ଦନ୍ତା ହାତୀକୁ ହତ୍ୟା କରିବା ଅଭିଯୋଗରେ ସାତଗୋଛିଆ ଗାଁର ୫୯ ବର୍ଷୀୟ ଧନେଶ୍ବର ବେହେରାଙ୍କୁ ଉଠାଇ ନେଇଥିଲେ ବନ କର୍ମଚାରୀ । ବଡମ୍ବା ରେଞ୍ଜ ଅଫିସରେ ପଚରାଉଚରା କରୁଥିଲେ ।  ସନ୍ଦେହଜନକ ସ୍ଥିତିରେ ଧନେଶ୍ବରଙ୍କ ମୃତ୍ୟୁ ହୋଇଛି । ଏନେଇ ଅଭିଯୋଗ ଆସିବା ପରେ ଆଠଗଡ଼ ଥାନାରେ ବଡମ୍ବା ରେଞ୍ଜରଙ୍କ ସମେତ ୭ବନ କର୍ମଚାରୀ ଅଟକ ରଖିଛି ପୋଲିସ ।

ତେବେ ଘଟଣାର ଗମ୍ଭୀରତାକୁ ଦେଖି ଦୁଇ ACF ଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି । ଏପଟେ ୬୫ ନମ୍ବର ଜାତୀୟ ରାଜପଥର ବଡ଼ବାରସିଂହରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ । ଘଟଣାର ଅଧିକ ତଦନ୍ତ ପାଇଁ ଆଠଗଡ଼ ଥାନାରେ ପହଞ୍ଚିଛନ୍ତି ଅତିରିକ୍ତ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ।

   Related Posts