ବୁଧବାରଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ, ନଭେମ୍ବର ୧ରୁ ଥିଲା ବନ୍ଦ
11/01/2023 at 8:17 AM

ଆଠଗଡ଼ ୧୧।୦୧ : ଆଜିଠୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ। ଦିନ ୧୦ଟା ପର ଠାରୁ ଶ୍ରଦ୍ଧାଳୁ ମାନେ ଦର୍ଶନ ପାଇଁ ଯାଇପାରିବେ। ମନ୍ଦିରକୁ ଯିବାକୁ ଅସ୍ଥାୟୀ ରାସ୍ତାର ବ୍ୟବସ୍ଥା ହୋଇଛି। ମଞ୍ଚେଶ୍ୱର ଘାଟ ପଟୁ ନିର୍ମିତ ହୋଇଛି ଏକ ଅସ୍ଥାୟୀ ରାସ୍ତା ।
ଖବର ଅନୁଯାୟୀ, ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କୁ ପୀଠ ମଧ୍ୟକୁ ବାରଣ କରାଯାଇଥିଲା। ଗୁଜରାଟର ମୋର୍ବି ଝୁଲା ପୋଲ ଦୃର୍ଘଟଣା ପରେ ଧବଳେଶ୍ୱରରେ ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ୧୪୪ ଧାରା ଲାଗିଥିଲା। ବାବା ଧବଳେଶ୍ୱରଙ୍କ ପୀଠ ଖୋଲିବା ନେଇ ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ।
Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023