ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ

Published By : Prameya-News7 Bureau | June 13, 2022 IST

ଭୁବନେଶ୍ବର ୧୩।୬: ଆଠଗଡ ବଡମ୍ବାରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଆଠଗଡ ଡିଏଫଓ ତଦନ୍ତ ପରିସରଭୁକ୍ତ ହେବେ । ଭୁଲ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ରେଞ୍ଜର ୨ ଜଣ ଫରେଷ୍ଟର ଓ ୨ ଜଣ ଫରେଷ୍ଟ ଗାର୍ଡ ଗିରଫ ହୋଇଛନ୍ତି । ଏହି ଘଟଣାରେ ୨ଜଣ ଫରେଷ୍ଟ ଗାର୍ଡ ଏବେ ବି ଫେରାର ଅଛନ୍ତି । ଏ ନେଇ ପିସିସିଏଫ୍ ଶଶୀ ପଲ୍ ସୂଚନା ଦେଇଛନ୍ତି ।

ସେପଟେ ନରସିଂହପୁରରେ ହାତୀକୁ ୬ ରାଉଣ୍ଡ ଗୁଳି ମାରିବା ଘଟଣାରେ ଗୁଳି କରିଥିବା ଲୋକକୁ ଖୋଜିବା ପାଇଁ ଗଠନ ହେଲା ୪ ଜଣିଆ ଟିମ୍ ଆଠଗଡ଼ ଡିଏଫଓଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଖୋଜୁଛି ଏହି ଟିମ୍ । ହାତୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଧୀରେ ଧୀରେ ସୁସ୍ଥ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ମାଟି ତଳୁ ଏସଟିଏଫକୁ ହାତୀ କଙ୍କାଳ ମିଳିବା ଘଟଣାରେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ନିଲମ୍ବିତ ହୋଇଥିଲେ । ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଶୁକ୍ରବାର ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । କାର୍ଯ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ୩ ହାତୀ ଜଗୁଆଳୀ, ଜଣେ ଫରେଷ୍ଟ ଗାର୍ଡ, ଜଣେ ଜମି ମାଲିକ ତାଙ୍କ ସହଯୋଗୀ ରହିଥିଲେ । ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.