ବିଭିନ୍ନ ଦାବି ନେଇ ତହସିଲ୍ କାର୍ଯ୍ୟାଳୟ ଘେରାଉ କଲେ ଆଠଗଡ଼ ବ୍ଲକ୍‌ ବାସିନ୍ଦା

Published By : Prameya-News7 Bureau | October 11, 2022 IST

ଆଠଗଡ, ୧୧/୧୦: ଆଠଗଡ ବ୍ଲକ୍ କୁମାରପୁର ଓ ବଳିପୁର ଅଞ୍ଚଳରେ ଏକ କମ୍ପାନୀ ନାମରେ ଜମି କିଣାରେ ଦୁର୍ନୀତି ହୋଇଥିବା ବେଳେ ଗୋଚର ଜମି ହଡପ ଏବଂ ଫନି ବାତ୍ୟାର ହିତାଧିକାରୀଙ୍କୁ ସହାୟତାରେ ଅନିୟମିତତା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ଆଠଗଡ଼ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡ଼ିଛି । ନିର୍ଦ୍ଧିଷ୍ଟ ୩ଟି ଦାବୀକୁ ନେଇ ଯୁବ ସଂଗଠକ ଅଭୟ କୁମାର ବାରିକ ଏବଂ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସଙ୍କ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ ନେଇ ଆପୋଷ ଆଲୋଚନା ହୋଇଥିଲା । ଏକ ମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.