ତୃତୀୟ ସ୍ଥାନକୁ କିଏ ଯିବ ? ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି- ଅତନୁ ସବ୍ୟସାଚୀ ନାୟକ

Published By : Prameya-News7 Bureau | October 13, 2022 IST

ଭୁବନେଶ୍ୱର ୧୩।୧୦ : ଧାମନଗର ଉପନିର୍ବାଚନ ପ୍ରସଙ୍ଗ । ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି l ଧାମନଗରବାସି ବିଜୁ ଜନତା ଦଳ ସହ ଅଛନ୍ତି l ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି  ବୋଲି କହିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି l କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ l ବିଜେପି ଦଳ ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି l ବିଜେପି ତୃତୀୟ ସ୍ଥାନକୁ ଚାଲି ଯାଇଛି l  ବାଲେଶ୍ବର ଆସନ ବିଜେପି ଜିତିଥିଲା, ଉପନିର୍ବାଚନରେ ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ l ଧାମନଗରରେ ବି ବିଜେଡିର ଜିତାପଟ ହେବ l ମିଶନ ଶକ୍ତିରେ  ଆଜି ୭୫ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳା ବିଶୋଇଙ୍କୁ ସଂସଦ ପଠାଇବା ପରେ ଲୋକସଭାର ବାଚସ୍ପତି ମଧ୍ୟ ପ୍ରଶଂସା କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.