ଏହି ସରକାରୀ ସ୍କିମରେ କରନ୍ତୁ ନିବେଶ, କେବଳ ୨୧୦ ଟଙ୍କା ଲେଖାଏଁ ଜମା କରି ମାସିକ ପାଇପାରିବେ ୫୦୦୦ ଟଙ୍କା

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଳୀ ୧୯।୧୦ : କେନ୍ଦ୍ର ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଅଟଳ ପେନ୍ସନ ଯୋଜନା ନୂଆା ରେକର୍ଡ କରିଛି । ଅଟଳ ପେନ୍ସନ ଯୋଜନା ଭାରତ ସରକାରଙ୍କ ଦ୍ବାରା ସମର୍ଥିତ ଏକ ନିଶ୍ଚିତ ପେନ୍ସନ ଯୋଜନା(ଏପିଆଇ) । ଏହି ଯୋଜନାର ଆରମ୍ଭ ୨୦୧୫ ମେ ୯ ତାରିଖରେ ଆରମ୍ଭ ହୋଇଥିଲା । ଏପିଆଇ ନିୟମ ଅନୂଯାୟୀ, ୧୮ ରୁ ୪୦ ବର୍ଷ ବୟସର ବ୍ୟକ୍ତି ମାସିକ ପେନ୍ସନ ପାଇଁ ଯୋଗ୍ୟ । ଏହି ଯୋଜନାରେ ୬୦ ବର୍ଷ ପରେ ତାଙ୍କର ଯୋଗଦାନ ଆଧାରରେ ୧୦୦୦ ରୁ ୫୦୦୦ ଟଙ୍କାର ପେନ୍ସନ ମିଳିଥାଏ ।

ସୂଚନାଯୋଗ୍ୟ, କମ୍ ଟଙ୍କା ନିବେଶରେ ପେନ୍ସନର ଗ୍ୟାରେଣ୍ଟି ପାଇଁ ଅଟଲ ପେନ୍ସନ ଯୋଜନା ଏକ ଭଲ ବିକଳ୍ପ। ଏହି ଯୋଜନା ଅନୁଯାୟୀ ପ୍ରତିମାସରେ ଏକ ନିଶ୍ଚିତ ରାଶି ଦେବାକୁ ପଡ଼ିଥାଏ ଏବଂ ଅବସର ପରେ ୧ ହଜାରରୁ ୫ ହଜାର ଟଙ୍କା ମାସିକ ମିଳିବ। ପ୍ରତି ୬ ମାସରେ କେବଳ ୧୨୩୯ ଟଙ୍କା ନିବେଶ କରିବା ଦ୍ବାରା ୬୦ ବର୍ଷ ପରେ ଆଜୀବନ ୫୦୦୦ ଟଙ୍କା ପ୍ରତିମାସରେ ଅର୍ଥାତ୍ ବାର୍ଷିକ ୬୦ ହଜାର ଟଙ୍କା ମିଳିବ।

ବର୍ତ୍ତମାନର ନିୟମ ଅନୂଯାୟୀ ୫ ହଜାର ଟଙ୍କା ମାସିକ ପେନ୍ସନ ପାଇଁ ଯଦି ୧୮ ବର୍ଷ ବୟସରୁ ପ୍ରତିମାସରେ ୨୧୦ ଟଙ୍କା ରଖିବାକୁ ପଡ଼ିବ। ୧ ହଜାର ଟଙ୍କା ମାସିକ ପେନ୍ସନ ପାଇଁ ଏହା ଅର୍ଥ ମାସିକ ୪୨ ଟଙ୍କା ରହିଛି । ମନେ କରାଯାଉ ଯଦି ୫ ହଜାର ପେନ୍ସନ ପାଇଁ ଆପଣ ୩୫ ବର୍ଷ ବୟସରେ ଏହି ଯୋଜନାରେ ଯୋଡ଼ି ହେଉଛନ୍ତି। ତେବେ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ୬ ମାସରେ ୫୩୨୩ ଟଙ୍କା ଜମା କରିବାକୁ ପଡ଼ିବ। ଏମିତିରେ ଆପଣଙ୍କ ସମୁଦାୟ ନିବେଶ ୨.୬୬ ଲକ୍ଷ ଟଙ୍କା ହେବ। ଯାହା ଉପରେ ଆପଣଙ୍କୁ ୫ ହଜାର ଟଙ୍କା ମାସିକ ପେନ୍ସନ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.