previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ଦୁନିଆର ସବୁଠାରୁ ଉଚ୍ଚରେ ନିର୍ମିତ ଅଟଳ ରୋହତଙ୍ଗ ସୁଡ଼ଙ୍ଗ : ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ

27/08/2020 at 1:42 PM

ନୂଆଦିଲ୍ଲୀ ୨୭/୦୮ : ହିମାଚଳ ପ୍ରଦେଶ ରୋହତଙ୍ଗ ପାସ୍ ତଳେ ନିର୍ମାଣ ହୋଇଥିବା ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଅଟଳ ରୋହତଙ୍ଗ ସୁଡ଼ଙ୍ଗ ପ୍ରସ୍ତୁତ ହୋଇଛି | ରଣାଟିନି ଓ ସୁରକ୍ଷା ଦୃଷ୍ଟିକୋଣରୁ ଏହା ବହୁତ ମହତ୍ଵପୁର୍ଣ | ଏହାକୁ ସୀମା ସଡକ ସଂଗଠନ ଦ୍ୱାରା ସମ୍ପୂର୍ଣ ଭାବେ ତିଆରି କରାଯାଇଛି | ସେପ୍ଟେମ୍ବର ଶେଷ ଆଡକୁ ପ୍ରଧାନମନ୍ତ୍ରୀ ମୋଦି ଏହି ସୁଡ଼ଙ୍ଗ ଉଦଘାଟନ କରିବେ | ଏହି ଅଟଳ ରୋହତଙ୍ଗ ସୁଡ଼ଙ୍ଗର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି | ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି |

ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ | ଏହା ପାଖାପାଖି ୮.୮ କିମି ଲମ୍ବ | ଏହାର ଦୈର୍ଘ୍ୟ ୧୦ ମିଟର | ଏହି ସୁଡ଼ଙ୍ଗ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିମି କମ ହୋଇଯିବ | ବର୍ତ୍ତମାନ ମନାଲିରୁ ଲାହୌଲ୍ ଘାଟି ଯାଏଁ ଯାତ୍ରା କରିବାକୁ ୫ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ୧୦ ମିନିଟରେ ପୁରା ହେବ |

ରୋହତଙ୍ଗ ସୁଡ଼ଙ୍ଗ ଲେହ ଓ ଲଦାଖର ଆଗକୁ ଅନ୍ୟ ଅଞ୍ଚଳକୁ ସମସ୍ତ ପାଣିପାଗରେ ସଂଯୋଗ ପ୍ରଦାନ କରିବ | ଯାହା ଦେଶର ଅନ୍ୟ ଭାଗରୁ ବରଫ ଯୋଗୁଁ ପାଖାପାଖି ୬ ମାସ ଯାଏଁ ବିଚ୍ଛିନ୍ନ ରହିଥାଏ | ଏହା ସୈନ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ଵପୁର୍ଣ | ଏହି ସୁଡ଼ଙ୍ଗ ଯୋଗୁଁ ଲଦାଖରେ ନିୟୋଜିତ ଭାରତୀୟ ସେନା ଅଧିକ ଲାଭବାନ ହେବେ | ଏହା ସହିତ ଶୀତଦିନେ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ଲଜିଷ୍ଟିକ୍ ସାମଗ୍ରୀ ସହଜରେ ଯୋଗାଇ ଦିଆଯିବ | ଏହି ମାର୍ଗ ଲଦାଖରେ ସେନା ସାମଗ୍ରୀ ଯୋଗାଇବାରେ ମଧ୍ୟ ସକ୍ଷମ ହେବ |

ସୀମା ସଡକ ସଂଗଠନର ଇଂଜିନିୟର ଓ କର୍ମଚାରୀଙ୍କୁ ଏହି ସୁଡ଼ଙ୍ଗ ନିର୍ମାଣ ପାଇଁ ବହୁତ ପ୍ରୟାସ କରିବାକୁ ପଡିଛି | କାରଣ ଶୀତଦିନରେ ଏଠାରେ କାମ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ | ଏଠାରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ଯାଏଁ ଖସିଯାଏ |

ଏହି ସୁଡ଼ଙ୍ଗ ଭିତରେ ଯେକୌଣସି ବାହନ ଘଣ୍ଟା ପ୍ରତି ୮୦ କିମି ବେଗରେ ଗତି କରିପାରିବ | ଏହି ସୁଡ଼ଙ୍ଗ ନିର୍ମାଣ କାମ ୨୦୧୦ ମସିହା ଜୁନ ୨୮ ତାରିଖରେ ଆରମ୍ଭ ହୋଇଥିଲା |

   Related Posts