ଓଡିଶା ଆସିଲା ଅଟଳଜୀଙ୍କ ଅସ୍ଥି କଳସ

Published By : Prameya-News7 Bureau | August 22, 2018 IST

ଭୁବନେଶ୍ୱର ୨୨/୮ : ଓଡିଶା ଆସିଲା ଅଟଳଜୀଙ୍କ ଅସ୍ଥି କଳସ । ଦିଲ୍ଲୀରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା ସାମିଲ ହୋଇ ମୋଦିଙ୍କ ଠାରୁ ଗ୍ରହଣ କରିଛନ୍ତି ଅସ୍ଥି କଳସ । ଆଜି ରାତିରେ ଏହି କଳସ ପାର୍ଟି ଅଫିସରେ ରହିବା ପରେ କାଲି ପ୍ରଦର୍ଶନୀ ପଡିଆରୁ ପୁରୀ ଅଭିମୁଖେ ବିସର୍ଜନ ପାଇଁ ଯିବ । ଏହାସହ ଦଳ ସବୁ ଜିଲ୍ଲାରେ ଅସ୍ଥି କଳସ ଯାତ୍ରା କରିବାକୁ ବି ସଜବାଜ ହେଉଛି । ଏହାକରି ବାଜପେୟୀଙ୍କ ପ୍ରତି ଥିବା ସହାନୁଭୁତି ସାଉଣ୍ଟିବାକୁ ଚାହୁଁଛି ଦଳ । ବିରୋଧି ମଧ୍ୟ ବିଜେପିର ଏଭଳି ମୁଭ୍ ଉପରେ ରଖିଛନ୍ତି ନଜର । ମହୋଦଧୀରେ ବିସର୍ଜନ ହେବ ଏହି ମହାନାୟକଙ୍କ ଅସ୍ଥି। ସମସ୍ତ ଜିଲ୍ଲା ପରିକ୍ରମା ପରେ ସବୁ ନଦୀରେ ବିସର୍ଜନ ହେବ। ଆଜି ବିମାନ ବନ୍ଦରରେ ପହଞ୍ଚିବା ପରେ ଅସ୍ଥି କଳସକୁ ଶୋଭାଯାତ୍ରାରେ ନିଆଯାଇଛି। ଆଉ ଏଥିରେ ସାମିଲ ହୋଇଥିଲେ ବିଜେପିର ନେତା ଓ କର୍ମୀ। ଆଜି ଦିଲ୍ଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅଟଳଜୀଙ୍କ ଅସ୍ଥି କଳସ ଧରି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପହଁଚିଛନ୍ତି ଭୁବନେଶ୍ବରରେ । କାଲି ଭୁବନେଶ୍ବରରୁ ମହୋଦଧିରେ ଅଭିମୁଖେ ହେବ ଯାତ୍ରା। ଯେଉଁଥିରେ ସାମିଲ ହେବେ ଦୁଇ କେନ୍ଦ୍ର ମନ୍ତ୍ରୀ। ସେହିପରି କଳସରୁ ଚିତା ଭଷ୍ମ ନେଇ ଓଡିଶାର ସବୁ ବଡବଡ ନଦୀରେ ବିସର୍ଜନ ପାଇଁ ରାଜ୍ୟ ବିଜେପି ନିଷ୍ପତ୍ତି ନେଇଛି । ବାଜପେୟୀଙ୍କ ଅସ୍ଥି ନଦୀ ସମୁଦ୍ରରେ ବିସର୍ଜନ ହେବ ଆଉ ସେଇଥିରୁ ପଦ୍ମ ଫୁଟିବ। ଏମିତି ଆଶା ରଖିନାହିଁତ ବିଜେପି ? ଅବଶ୍ୟ ବାଜପେୟିଙ୍କ ଅସ୍ଥି କୁ ନେଇ ରାଜନୀତି କରିବାକୁ କେହି ଚାହୁଁ ନାହାଁନ୍ତି ଏହା ବିଜେପି କହୁଛି । କିନ୍ତୁ ବିଜେପିର ଏହି ଦିଗ୍ଗଜ୍ ନେତାଙ୍କ ସ୍ମୃତି ଲୋକଙ୍କ ପାଖରେ ପହଁଚାଇବାକୁ ଦଳ ସୁଯୋଗ ହାତଛଡା କରିବାକୁ ଚାହୁଁନି । କଂଗ୍ରେସ ଓ ବିଜେଡି ବିଜେପିର ଅସ୍ଥିକଳସ ଯାତ୍ରା ଉପରେ ନଜର ରଖିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ସବୁ ଜିଲ୍ଲା ବୁଲାଇବା ପଛରେ କଣ ଅଛି ବିଜେପିର ଏଜେଣ୍ଡା । ବାଜପେୟୀଙ୍କୁ ଭଲ ପାଉଥିବା ସମସ୍ତ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସୁଯୋଗ ପାଇବେ ନା ସେହି ମୌକାରେ ପୁରୁଣା ବିଜେପି ପ୍ରେମୀଙ୍କୁ ଦଳରେ ଯୋଡିବାକୁ ଚାହୁଁଛି ବିଜେପି । ସେଥିପାଇଁ ଏଭଳି ଗ୍ରାଣ୍ଡ ଆୟୋଜନ ହେଉଛି । ତେବେ ବିଜେଡି ବିଜେପି ବିଜେପିର ଏହି ଆୟୋଜନରେ ସତର୍କତାର ସହ ପ୍ରତିକ୍ରିୟା ରଖୁଛନ୍ତି। ୨୪ ତାରିଖରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେଉଥିବା ସର୍ବଦଳୀୟ ପ୍ରାର୍ଥନା ସଭା ଆୟୋଜନ କରାଯାଇଛି। ବିଜେଡି ଓ କଂଗ୍ରେସ ଏଥିରେ କେମିତି ସାମିଲ ହେବେ ତାହା ଉପରେ ରହିବ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.