ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଅସୁସ୍ଥ
11/06/2018 at 9:28 AM

ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ରେ ଭର୍ତ୍ତି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ସଂପୂର୍ଣ୍ମ ସୁସ୍ଥ ନଥିବା ୯୩ ବର୍ଷୀୟ ରାଜନେତାଙ୍କୁ ଆଜି ଏମ୍ସରେ ଭର୍ତ୍ତୀ କରାଯାଇଛି । ତେବେ ରୁଟିନ୍ ଚେକ ଅପ୍ ଏବଂ କିଛି ପରୀକ୍ଷା ନିରୀକ୍ଷା ଲାଗି ବାଜପାୟୀଙ୍କୁ ଡାକ୍ତରଖାନା ଅଣାଯାଇଥିବା କହିଛନ୍ତି ଡାକ୍ତର । ଅଣକଂଗ୍ରେସ ସରକାରର ନେତୃତ୍ବ ନେଇଥିବା ଭାରତରତ୍ନ ଅଟଳ ବିହାରୀ ବାଜପାୟୀ ଏବେ ପ୍ରସିଦ୍ଧ ଚିକିତ୍ସକ ଡକ୍ଟର ରଣଦୀପ ଗୁଲେରିଆଙ୍କ ତତ୍ତ୍ବାବଧାନରେ ଅଛନ୍ତି । ଡକ୍ଟର ଗୁଲେରିଆ ମଧ୍ୟ ଦୀର୍ଘ ଦିନ ଧରି ବାଜପାୟୀଙ୍କ ବ୍ୟକ୍ତିଗତ ଚିକିତ୍ସକ ରହିଆସିଛନ୍ତି ।