ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର
12/06/2018 at 8:25 AM

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ନୂଆ ଦିଲ୍ଲୀ ଏମ୍ସରେ ଚିକିତ୍ସା ଜାରି ରହିଛି। ବାଜପେୟୀଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଏନେଇ ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ମେଡିକାଲ ପକ୍ଷରୁ ଦିଆଯାଇଛି ସୂଚନା। ଚିକିତ୍ସା ପ୍ରକ୍ରିୟାକୁ ତାଙ୍କ ଶରୀର ଗ୍ରହଣ କରୁଛି। ଏବେ ଇଞ୍ଜେକ୍ସନ ମାଧ୍ୟମରେ ଆଣ୍ଟିବାୟୋଟିକ୍ସ ଦିଆଯାଉଛି। ସଂକ୍ରମଣ ନିୟନ୍ତ୍ରଣ ହେବାଯାଇଏ ହସ୍ପିଟାଲରେ ରହିବେ ବାଜପେୟୀ। ଗତକାଲି ବାଜପେୟୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।