ବାଜପେୟୀ- ଗମାଙ୍ଗ- ଓଡିଶା ; ମହାବାତ୍ୟା ବେଳେ ଓଡିଶାକୁ ସହାୟତା ଦେଇଥିଲେ ବାଜପେୟୀ

Published By : Prameya-News7 Bureau | August 18, 2018 IST

ଅନନ୍ତରେ ବିଲିନ , କିନ୍ତୁ ସେ ଅଟଳ ଅମର । ପୂର୍ବତନ ପ୍ରଧାନମନ୍ତ୍ରୀ , ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀ । ବ୍ଗଣତନ୍ତ୍ରର ପୂଜାରୀ ଏହି ମହାନ ନେତା ସଂକୀର୍ଣ୍ମ ଦଳୀୟ ସ୍ବାର୍ଥ , କ୍ଷମତା ଲୋଭ ଓ ରାଜନୈତୀକ ଅସୂୟା ଭାବ ଠାରୁ ଥିଲେ ବହୁ ଉର୍ଦ୍ଧରେ । ଏକଦା ତତ୍କାଳୀନ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କ ବିବାଦୀୟ ଭୋଟ ଲାଗି ଗାଦିଚ୍ୟୁତ ହୋଇଥିବା ବାଜପେୟୀ, ପରବର୍ତ୍ତି ସମୟରେ ଓଡ଼ିଶା ଉପରେ ଅଜାଡି ଦେଇଥିଲେ ସହାୟତା । ତାଙ୍କ ଅବଦାନ ଓଡ଼ିଶା ପାଇଁ ଅନନ୍ୟ । ଗୋଟିଏ ଭୋଟ ପାଇଁ କ୍ଷମତାଚ୍ୟୁତ ହୋଇଥିଲେ ଅଟଳ ବିହାରୀ ବାଜପେୟୀ । ୧୯୯ରେ ଭାଙ୍ଗିଥିଲା ବାଜପାୟୀ ସରକାର ୧୯୯୯ ଏପ୍ରିଲ ୧୭ ତାରିଖ ଆସ୍ଥା ଭୋଟ । ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ବାଧିନ ସରକାରରୁ ଏଆଇଏଡିଏମ୍କେ ସମର୍ଥନ ପ୍ରତ୍ୟାହାର କରିନେବାରୁ ଲୋକସଭାରେ ଆସ୍ଥାଭୋଟ ଲୋଡିଥିଲେ ଅଟଳ । ୨୬୯-୨୭୦ ଭେଟରେ ପରାଜିତ ହୋଇଥିଲେ ସରକାର। ୧୩ ମାସର ଶାସନ ପରେ ଭାଙ୍ଗିଥିଲା ବାଜପାୟୀ ସରକାର । ସେହି ଗୋଟିଏ ଭୋଟ ପାଇଁ କିଏ ଥିଲେ ଦାୟୀ ? ସେହି ପ୍ରଶ୍ନ ଏବେ ବି ଅସମାହିତ । କିନ୍ତୁ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋଙ୍କ ଉପରେ ଦୋଷ ଟି ଯାଏ । କାରଣ ୯ ଥର କଂଗ୍ରେସ ସାଂସଦ ହୋଇଥିବା ଗମାଙ୍ଗ ସେତେବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ ବି ସଂସଦରୁ ଇସ୍ତଫା ଦେଇନଥିଲେ । ଆଉ ଲୋକସଭାରେ କଂଗ୍ରେସ ସାଂସଦ ଭାବେ ଆସ୍ଥା ବିରୋଧରେ ଭୋଟ ଦେଇଥିଲେ । ଯାହାକୁ କି ଗଣତାନ୍ତ୍ରୀକ ନିୟମର ଉଲଂଘନ କହି ଅନେକ ସମାଲୋଚନା କରିଥିଲେ । କିନ୍ତୁ ଏବେ ବିଜେପିର ସଦସ୍ୟ ଥିବା ଗମାଙ୍ଗ, ଦୋଷ ମୁଣ୍ଡାଇବାକୁ ନାରାଜ । ସେତେବେଳେ ଦଳୀୟ ନିର୍ଦ୍ଦେଶ ପାଳନ ତାଙ୍କ ଦାୟିତ୍ବ ଥିଲା କହି ଏବେ ଯାଏଁ କଂଗ୍ରେସ ତାହା ସ୍ପଷ୍ଟ କରିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭୋଟ ପାଇଁ ହାରିଥିଲେ ବାଜପାୟୀ । କିନ୍ତୁ ସେଥିଲାଗି ତାଙ୍କର ଦୁଃଖ କି ଅସୂୟା ନଥିଲା । ଓଡ଼ିଶାକୁ ଅଯାଚିତ ସାହାଯ୍ୟ ଅଜାଡି ଦେଇଥିଲେ ସେ । ମହାବାତ୍ୟା ପରେ ଓଡ଼ିଶା ବାସୀଙ୍କ ତ୍ରାଣ କର୍ତ୍ତା ହୋଇ ଛିଡା ହୋଇଥିଲେ ।ଖୋଲି ଦେଇଥିଲେ କେନ୍ଦ୍ରର ଭଣ୍ଡାର । ୧୩ ମାସର ସରକାର ପତନ ପରେ ବି ପୁଣି କ୍ଷମତାକୁ ଆସିଥିଲେ ବାଜପାୟୀ । ଆଉ ୧୯୯୯ ମହାବାତ୍ୟ ପରେ ନଭେମ୍ବର ୫ ରେ ଓଡ଼ିଶା ଆସି ଦେଖିଥିଲେ ମହାବାତ୍ୟାର କ୍ଷତି । ୨୫୦ କୋଟି ଟଙ୍କାର ରିଲିଫ୍ ଓ ପୁନର୍ଗଠନ ସହାୟତା ଘୋଷଣା କରିଥିଲେ ।ଦେଇଥିଲେ ସମସ୍ତ ପ୍ରକାର ସହାୟତା ପ୍ରତିଶ୍ରୁତି । ଖୋଦ ଗମାଙ୍ଗ ବି ସେହି କଥାର ସ୍ମରଣ କରନ୍ତି ।ସେତିକି ନୁହେଁ , ତାହାପରେ ଓଡ଼ିଶା ଲାଗି ଅନେକ ସହାୟତା ଦେଇଛନ୍ତି । ତୈଳ ବିଶୋଧନାଗାର, ଭୁବନେଶ୍ବର ଏମ୍ସ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସହାୟତାଆହୁରି ଅନେକ । ରାଜ୍ୟରେ ଜାତୀୟ ରାଜପଥ ୧୬ ହଜର କିଲୋମିଟରରୁ ୩୨ ହଜାର କିଲୋମିଟର ହେବା ଥିଲା ବାଜପେୟୀଙ୍କ ଅବଦାନ । କେବଳ ଓଡ଼ିଶାର ବିକାଶ ନୁହେଁ, ଓଡ଼ିଶା ରାଜନୀତି ଉପରେ ବାଜପେୟୀଙ୍କ ପ୍ରଭାବ ଅନେକ । ବିଜୁ ବାବୁଙ୍କ ସହ ବାଜପେୟୀଙ୍କ ସଂପର୍କ ଅତି ଘନିଷ୍ଠ ଥିଲା । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସହ ବାଜପେୟୀଙ୍କ ସଂପର୍କ ବି ବହୁତ ଭଲ ଥିଲା ।ବାଜପାୟୀ ସରକାରରେ ନବୀନ କ୍ୟାବିନେଟ ମନ୍ତ୍ରୀ ଥିଲେ ।୧୯୯୮,୧୯୯୯ ଓ ୨୦୦୪ ନିର୍ବାଚନରେ ବିଜେଡି –ବିଜେପି ମେଣ୍ଟ ଏବଂ ରାଜ୍ୟରେ ଦୁଇ ଦଳର ମେଣ୍ଟ ସରକାର ବାଜପାୟୀଙ୍କ ନେତୃତ୍ବ ପାଇଁ ସମ୍ଭବ ଥିଲା ।କେବଳ ସେତିକି ନୁହେଁ , ବାଦପେୟୀଙ୍କ ସରକାରରେ ବିଭିନ୍ନ ସମୟରେ ଜୁଏଲ ଓରାମ, ଦିଲୀପ ରାୟ, ଅର୍ଜୁନ ସେଠି,ବ୍ରଜକିଶୋର ତ୍ରିପାଠୀ ଓ ଦେବେନ୍ଦ୍ର ପ୍ରଧାନ ମନ୍ତ୍ରୀ ହୋଇଥିଲେ । ଏହାହି ଁ ଓଡ଼ିଶା ଓ ଓଡିଆଙ୍କ ପ୍ରତି ବାଜପାୟୀଙ୍କ ଭଲପାଇବା ଓ ଅବଦାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.