suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଅପର୍ଣ କଲେ ପିଏମ, ସୁଶାସନ ଦିବସ ପାଳୁଛି ବିଜେପି

25/12/2022 at 12:09 PM

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମ ବାର୍ଷିକୀ । ତାଙ୍କ ୯୮ତମ ଜନ୍ମଜୟନ୍ତୀକୁ ନିଆରା ଢଙ୍ଗରେ ପାଳିଛି ଭାରତୀୟ ଜନତା ପାର୍ଟି । ବାଜପେୟୀଙ୍କ ଜନ୍ମ ଦିନକୁ ସୁଶାସନ ଦିବସ ରୂପେ ବିଜେପି ପାଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଜପେୟୀଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଟ୍ବିଟରେ ଏକ ଭିଡ଼ିଓ ସେୟାର କରି ଅଟଳଜୀଙ୍କୁ ଶତ ଶତ ନମସ୍କାର ବୋଲି ଲେଖିଛନ୍ତି । ଆଧୁନିକ ଭାରତ ଗଠନରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ଦୂର ଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇ ଦେଇଛି । ବାଜପେୟୀଜୀ ଜଣେ ପ୍ରକୃତ ରାଷ୍ଟ୍ରଭକ୍ତ ଥିଲେ ବୋଲି ଟ୍ବିଟରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତୀଥିକୁ ପ୍ରତିବର୍ଷ ସୁଶାସନ ଦିବସ ରୂପେ ପାଳନ କରୁଛି ।

କାଳଜୟୀ ଅଟଳ ବିହାରୀ ବାଜପେୟୀ। ରାଜନୀତିର ସଂକୀର୍ଣ୍ଣତାରୁ ସେ ଥିଲେ ବହୁ ଊଦ୍ଧ୍ୱର୍ରେ । ସେ ଥିଲେ ଅସମ୍ଭବ ଓ ଅପରିକଳ୍ପତ୍ୱର ବିନ୍ଧାଣୀ। ଆଜି ତାଙ୍କର ୯୮ତମ ଜନ୍ମଜୟନ୍ତୀ। ବାଜପେୟୀଜୀଙ୍କ ପରି ଜଣେ ଦେଶପ୍ରେମୀ, ଦୂର ଦୃଷ୍ଟିସମ୍ପନ୍ନ ଜନନାୟକ ଓ ରାଷ୍ଟ୍ରନେତାଙ୍କୁ ଏ ଦେଶ କଦାପି ଭୁଲିପାରିବନାହିଁ। କୁହାଯାଏ ସେ କାଳଜୟୀ ଓ ସର୍ବବିଜୟୀ। ସେ ଥିଲେ କୋଟି ଜନତାର ଆଶା ଓ ବିଶ୍ୱାସ। ଜଣେ ସ୍ୱାଭିମାନୀ, ସୃଜନଶୀଳ ସଂପୂର୍ଣ୍ଣ ବ୍ୟକ୍ତିତ୍ୱ, ଜନନାୟକ ଓ ଦୂରଦ୍ରଷ୍ଟା। ବାଜପେୟୀଜୀ ସର୍ବୋପରି ରାଜନୀତିକୁ ଜୀବନରେ ସେବାର ବ୍ରତଭାବେ ଗ୍ରହଣ କରି ଲୋକମାନଙ୍କର ଆସ୍ଥାଭାଜନ ହୋଇପାରିଥିଲେ। ପ୍ରଧାନମନ୍ତ୍ରୀ ହିସାବରେ ଲୋକେ ତାଙ୍କୁ ଯେତେ ଭଲପାଉଥିଲେ, ବିରୋଧୀ ଦଳ ନେତା  ହିସାବରେ ସେ ଅଧିକ ସମ୍ମାନର ଅଧିକାରୀ ହୋଇପାରିଥିଲେ । 

ଡିସେମ୍ବର ୧୯୨୪ରେ ଗ୍ୱାଲିୟରରେ ବାଜପେୟୀଙ୍କ ଜନ୍ମ। ସେ ତିନିଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ସେ ସମୟରେ ତାଙ୍କ କାର୍ଯ୍ୟକାଳ ଥିଲା  ମାତ୍ର ୧୩ଦିନ। ଏହାପରେ ତାଙ୍କର ୨ୟ ଥରର କାର୍ଯ୍ୟକାଳ ୧୩ ମାସ ରହିଥିଲା । କିନ୍ତୁ ଯେତେବେଳେ ୧୯୯୯ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ, ପୂରା କରିଥିଲେ କାର୍ଯ୍ୟକାଳ। ଅର୍ଥାତ ୨୦୦୪ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ଥିଲେ। ରାଜନେତା ପୂର୍ବରୁ ବାଜପେୟୀ ଥିଲେ ଜଣେ ସାମ୍ବାଦିକ। ତାଙ୍କ ମନରେ ଦେଶ ଓ ସମାଜ ପାଇଁ କିଛି କରିବାର ନିଶା। ତେବେ ଅଟଳ ବିହାରୀ ବାଜପେୟୀ ରାଜନୀତିକୁ କିପରି ଆସିଲେ ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ଗିରଫ ହେବା ପୂର୍ବରୁ ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀ ବାଜପେୟୀଙ୍କୁ କହିଥିଲେ,  ତୁମେ ଯାଅ ସାରା ଦୁନିଆକୁ କାଶ୍ମୀର ବିଷୟରେ କହିବ । କିପରି ମୁଁ ବିନା ପରମିଟରେ କାଶ୍ମୀର ଆସିଯାଇଛି । ଏହି ଘଟଣାର କିଛି ଦିନ ପରେ ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ନଜରବନ୍ଦୀ କରାଯାଇଥିଲା । ଅତ୍ୟଧିକ ଦେହ ଖରାପ ଯୋଗୁ ତାଙ୍କର ହୋଇଥିଲା ମୃତ୍ୟୁ । ଏହି ଘଟଣାଟି ବାଜପେୟୀଙ୍କୁ ଖୁବ୍‌ ଦୁଃଖ ଦେଇଥିଲା । ଏହାପରେ ବାଜପେୟୀ ନିଷ୍ପତ୍ତି ନେଇଥିଲେ ଯେ,  ଡଃ. ଶ୍ୱାମାପ୍ରସାଦ ମୁଖାର୍ଜୀ ଛାଡିଯାଇଥିବା ଅଧୁରା କାମକୁ ସେ ପୂରା କରିବେ । ଶେଷରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୫୭ରେ ପ୍ରଥମ ଥର ପାଇଁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ଯାଇଥିଲେ ।ଏହାପରେ ଦେଶର ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ବାଜପେୟୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଦେଶରେ ଅନେକ ପ୍ରକାର କଠୋର ପଦକ୍ଷେପ ଓ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଯେପରି ପୋଖରଣରେ ପରମାଣୁ ପରୀକ୍ଷଣ, ପ୍ରଧାମନ୍ତ୍ରୀ ଜାତୀୟ ରାଜପଥ , ଅନ୍ତର୍ଦୋୟ ଯୋଜନା, ସର୍ବଶିକ୍ଷା ଅଭିଯାନ , କାର୍‌ଗିଲ୍‌ ଯୁଦ୍ଧ ଆଦି ରହିଛି ।  

   Related Posts