scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ପ୍ରଥମ ଅରବପତି ବ୍ୟକ୍ତି; ପାଖରେ ଥିଲା ସବୁଠାରୁ ଅଧିକ ସୁନା, ସରକାରଙ୍କୁ ଦେଇଥିଲେ ୪୨୫କିଲୋ ସୁନା

11/02/2024 at 12:33 PM

ନୂଆଦିଲ୍ଲୀ ୧୧।୦୨: ବିଶ୍ବରେ ଅନେକ ଧନୀ ବ୍ୟକ୍ତି ଅଛନ୍ତି । ଯେଉଁମାନଙ୍କର ସମ୍ପତ୍ତି କିଛି ଦିନର ବ୍ୟବଧାନରେ ବଢୁଛି ଓ କମୁଛି । କିନ୍ତୁ ଭାରତର ଏପରି ଜଣେ ଧନୀ ଥିଲେ ଯାହାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିଲା । ଖାସ୍ କଥା ହେଉଛି ତାଙ୍କ ପାଖରେ ଏତେ ସୁନା-ରୂପା,ହୀରା,ମାଣିକ ରହିଥିଲା ଯେ ସେ କୌଣସି ସହରକୁ ବି ପୋତି ଦେଇ ପାରିଥାନ୍ତେ ।

୧୯୪୭ରେ ଦେଶ ସ୍ବାଧିନତା ପାଇବା ବେଳେ ସେ ଥିଲେ ସବୁଠାରୁ ଅଧିକ ସୁନା ରଖିଥିବା ରାଜା । ଏହି ରାଜା ହେଉଛନ୍ତି ହାଇଦ୍ରାବାଦର ନିଜାମ ମିର ଓସମାନ ଅଲି ଖାନ । ସେ କେବଳ ଭାରତରେ ନୁହେଁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଥିଲେ ପରିଚିତ । ରିପୋର୍ଟ ଅନୁଯାୟୀ ମୀର ଓସମାନ ଅଲି ଖାନଙ୍କ ପାଖରେ ୧୦୦ ମିଲିୟନ ପାଉଣ୍ଡ  ଅର୍ଥାତ୍ ୪୫ ହଜାର ୩୫୯ ଟନ୍‌ରୁ ଅଧିକ ସୁନା ଥିଲା । ଏହାବ୍ୟତୀତ ପ୍ରାୟ ୪୦୦ନିୟୁତ ପାଉଣ୍ଡ ମୂଲ୍ୟର ହୀରା, ମୋତି, ମାଣିକ ଏବଂ ଅନ୍ୟ ଅଳଙ୍କାର ରହିଥିଲା ।

“ଫ୍ରିଡମ୍ ଆଟ୍ ମିଡନାଇଟ୍” ପୁସ୍ତକ ଅନୁଯାୟୀ ନିଜାମଙ୍କ ପାଖରେ ସେତେବେଳେ ଏତେ ସୁନା ଥିଲା ଯେ ତାଙ୍କ ବଗିଚାର କାଦୁଅରେ ଫସି ରହିଥିଲା ସୁନା ଇଟା ଭର୍ତ୍ତି ଡର୍ଜନେ ଟ୍ରକ୍ । କାରଣ ଏହି ଟ୍ରକଗୁଡ଼ିକର ଓଜନ ଏତେ ଥିଲା ଯେ ସେମାନଙ୍କର ଚକ ପୋତି ହୋଇଯାଇଥିଲା । ନିଜାମଙ୍କ ପାଖରେ ଏତେ ମୋତି ରହିଥିଲା ଯେ ଯଦି ସେ ଚାହିଁଥାନ୍ତେ ତେବେ ଲଣ୍ଡନର ପ୍ରସିଦ୍ଧ ପିକ୍କେଡଲି ସର୍କସର ସବୁ ରାସ୍ତାକୁ ଘୋଡେଇ ହୋଇ ଯାଇଥାନ୍ତା ।

୧୯୬୫ରେ ଯେତେବେଳେ ଭାରତ-ଚୀନ୍ ଯୁଦ୍ଧ ଆରମ୍ଭ ହୋଇଥିଲା, ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ସରକାର ଜାତୀୟ ପ୍ରତିରକ୍ଷା ସୁନା ଯୋଜନା ଆରମ୍ଭ କରିଥିଲେ । ଖବର ଅନୁଯାୟୀ ନିଜାମ ଏହି ଯୋଜନାରେ ୪.୨୫ଲକ୍ଷ ଗ୍ରାମ ଅର୍ଥାତ୍‌ ୪୨୫କିଲୋଗ୍ରାମର ସୁନା ନିବେଶ କରିଥିଲେ । ତେବେ ଏହି କଥା ଲାଲ ବାହାଦୂର ଶାସ୍ତ୍ରୀଙ୍କ ଭାଷଣରେ ମଧ୍ୟ ଉଲ୍ଲେଖ କରାଯାଇଛି ।

୧୧ ଡିସେମ୍ବର ୧୯୬୫ରେ ଯେତେବେଳେ ଲାଲ ବାହାଦୂର ଶାସ୍ତ୍ରୀ ହାଇଦ୍ରାବାଦ ଆସିଥିଲେ, ସେତେବେଳେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ ନିଜାମ । ଆଉ ସେହିଦିନ ଏକ ରାଲିରେ ଲାଲ ବାହାଦୂର ଶାସ୍ତ୍ରୀ ନିଜାମ ମିର ଓସମାନ ଅଲି ଖାନଙ୍କୁ ସୁନା ନିବେଶ ଯୋଗୁଁ  ଅଭିନନ୍ଦନ ଜଣାଇଥିଲେ ।

 ସୂଚନାନୁସାରେ, ସେତେବେଳେ ସେହି ସୁନା ଦାମ୍‌ ପ୍ରାୟ ୫୦ ଲକ୍ଷ ଟଙ୍କା ଥିଲା। ନିଜାମ ମିର ଓସମାନ ଅଲି ଖାନଙ୍କୁ ଭାରତର ପ୍ରଥମ ବିଲିୟନେୟାର ମଧ୍ୟ କୁହାଯାଏ । ୧୯୧୧ ମସିହାରେ ମାତ୍ର ୨୫ ବର୍ଷ ବୟସରେ ନିଜାମ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଓସମାନ ଅଲି । ସେତେବେଳର ମୋଟ ସମ୍ପତ୍ତି ଆମେରିକା ଜିଡିପିର ଦୁଇ ପ୍ରତିଶତ ସହିତ ସମାନ ଥିଲା।

You Can Read:

   Related Posts