ନୂଆଦିଲ୍ଲୀ ୧୨।୦୯: ଗାନ୍ଧିନଗରର ବିଜେପି ମୁଖ୍ୟାଳୟରେ ଚାଲିଥିଲା ବିଧାୟକ ଦଳ ବୈଠକ। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦୌଡରେ ଥିଲେ ଅନେକ ବଡ ବଡ ନେତା। କେତେବେଳେ ନୀତିନ ପଟେଲଙ୍କୁ କୁହାଯାଉଥିଲା ତ ଆଉ କେତେବେଳେ ମନସୁଖ ମାଣ୍ଡଭିୟ, ଆଉ କେତେବେଳେ ସିଆର ପାଟିଲଙ୍କ ନାମରେ ଖୁବ୍ ଚର୍ଚ୍ଚା ଚାଲିଥିଲା। ହେଲେ ରବିବାର ସନ୍ଧ୍ୟାରେ ଯେମିତି ବିଧାୟକ ଦଳ ବୈଠକ ସଂପନ୍ନ ହେଲା ମିଟିଂରେ ସବୁଠୁ ପଛରେ ବସିଥିବା ବ୍ୟକ୍ତି ଜଣକ ସ୍ମିତହାସ୍ୟ ଦେଇ ନିଜର ମାସ୍କ ହଟାଇଥିଲେ ଏବଂ ବିଜୟ ସୂଚକ ଚିହ୍ନ ଦେଇଥିଲେ। ପଛ ସିଟ୍ରେ ବସିଥିବା ଏହି ନେତା ଜଣଙ୍କ ହେଉଛନ୍ତି ଭୂପେନ୍ଦ୍ର ପଟେଲ୍, ଯିଏ ଏବେ ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
କିଏ ଏହି ଭୂପେନ୍ଦ୍ର ପଟେଲ୍
ମାଇଁ ନେତା ଡଟ୍ ଇମ୍ଫୋରେ ଉପଲବ୍ଧ ସୂଚନା ମୁତାବକ, ୫୯ ବର୍ଷୀୟ ଭୂପେନ୍ଦ୍ର ପଟେଲ୍ଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଦ୍ଵାଦଶ ପାସ୍। ଏହା ପରେ ସେ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ। ଭୂପେନ୍ଦ୍ରଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ। କିନ୍ତୁ ଭୂପେନ୍ଦ୍ର ପଟେଲ୍ଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇଲେ ତାଙ୍କ ନାମରେ ବିଶେଷ କିଛି ଖାସ୍ ଉପଲବ୍ଧି ନାହିଁ। ମାତ୍ର ଅଚାନକ ସେ ଖୋଦ୍ କରିସ୍ମାର ଦ୍ଵିତୀୟ ନାମ ପାଲଟି ଯାଇଛନ୍ତି। ଯଦି ତାଙ୍କର ରାଜନୈତିକ କ୍ୟାରିୟର ଉପରେ ନଜର ପକାଯାଏ ତେବେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରହି ସାରିଛନ୍ତି। ଏହା ବ୍ୟତୀତ ଅହମ୍ମଦାବାଦ ସହରାଞ୍ଚଳ ବିକାଶ ପ୍ରାଧୀକରଣର ମଧ୍ୟ ଅଧ୍ୟକ୍ଷ ରହିଥିଲେ।
ପ୍ରଥମ ଥର ବିଧାୟକରୁ ସିଏମ
{"id":510317,"sizeSlug":"full","linkDestination":"none"}ଭୂପେନ୍ଦ୍ର ପଟେଲ୍ଙ୍କ ସବୁଠୁ ବଡ ରାଜନୈତିକ ଉପଲବ୍ଧି ହେଉଛି ୨୦୧୭ ବିଧାନସଭା ନିର୍ବାଚନ। ସେ ଘାଟଲୋଦିଆ ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେ କଂଗ୍ରେସର ଶଶିକାନ୍ତ ପଟେଲ୍ଙ୍କୁ ଏକ ଲକ୍ଷ ୧୭ ହଜାର ବିପୁଳ ବ୍ୟବଧାନ ଭୋଟ୍ରେ ପରାସ୍ତ କରିଥିଲେ। ତାଙ୍କ ପୂର୍ବରୁ ଏହି ଆସନ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ୍ଙ୍କ ପାଖରେ ଥିଲା। କୁହାଯାଉଛି, ଆନନ୍ଦିବେନ ପଟେଲ୍ଙ୍କ ଘନିଷ୍ଠ ହେବାର ଫାଇଦା ତାଙ୍କୁ ମିଳିଛି।
ଏତିକି ସମ୍ପତ୍ତିର ଅଧିକାରୀ ଭୂପେନ୍ଦ୍ର ପଟେଲ୍
ମାଇଁ ନେତା ଡଟ୍ ଇମ୍ଫୋରେ ଉପଲବ୍ଧ ସୂଚନା ଅନୁଯାୟୀ, ଭୂପେନ୍ଦ୍ର ପଟେଲ୍ ୨୦୧୭ ବିଧାନସଭା ନିର୍ବାଚନରେ ନିଜର ସଂପତ୍ତିର ତଥ୍ୟ ରଖିଥିଲେ। ସେହି ସମୟରେ ତାଙ୍କର ମୋଟ୍ ସଂପତ୍ତିର ପରିମାଣ ୬୯ ଲକ୍ଷ ୫୫ ହଜାର ୭୦୭ ରହିଥିଲା। ତାଙ୍କ ପତ୍ନୀଙ୍କ ନାମ ହେଉଛି ରଜନୀକାନ୍ତ ପଟେଲ୍। ୨୦୧୭ ସତ୍ୟପାଠ ଅନୁସାରେ, ଭୂପେନ୍ଦ୍ରଙ୍କ ପାଖରେ ହ୍ୟୁଣ୍ଡାଇ କାର ଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ହୋଣ୍ଡା ଆକ୍ଟିଭା ଦୁଇ ଚକିଆ ଯାନ ଥିଲା।