ମାତ୍ର ୨୧ବର୍ଷ ବୟସରେ ସବୁ କିଛି ଛାଡ଼ି ଭଗବାନ କୃଷ୍ଣଙ୍କ ଶରଣ ନେଲେ ଏହି ଯୁବତୀ : ଜାଣନ୍ତୁ
13/07/2019 at 1:43 PM

ନୂଆଦିଲ୍ଲୀ ୧୩/୭: ଭାରତକୁ ସାଧୁ-ସନ୍ନ୍ୟାସୀଙ୍କର ଦେଶ କୁହାଯାଏ। କାରଣ ଭାରତରେ ଆଗକାଳରେ ଲୋକେ ଗୃହସ୍ଥ ଜୀବନ ପରେ ସାଧୁ ସନ୍ନ୍ୟାସୀ ହୋଇ ଯାଉଥିଲେ। ଭାରତ ବିବିଧତାରେ ପରିପୂର୍ଣ୍ଣ। ତଥାପି ଏହି ଦେଶରେ ଏକତା ରହିଛି। ଭାରତରେ ବହୁତ ଲୋକ ସାଧୁ ହୋଇ ଭଗବାନଙ୍କ ଶକ୍ତିରେ ଲୀନ ହୋଇଯାଆନ୍ତି।

ଆଜି ଆମେ ଆପଣଙ୍କୁ ଏକ ଏପରି ଯୁବତୀଙ୍କ ବିଷୟରେ କହିବା ଯିଏ କେବଳ ୨୧ବର୍ଷ ବୟସରେ ନିଜ ଘର ପରିବାରକୁ ତ୍ୟାଗ କରି ସାଧୁ ହୋଇଯାଇଥିଲେ।

ଜୟା କିଶୋରୀଙ୍କ ଜନ୍ମ ରାଜସ୍ଥାନର ସୁଜାନଗଡ଼ ସହରରେ ହୋଇଥିଲା। ଜୟା କିଶୋରୀ ମାତ୍ର ୨୧ବର୍ଷ ବୟସରେ ଗୃହସ୍ଥ ଜୀବନ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲେ।

ଜୟା କିଶୋରୀଙ୍କ କହିବାନୁସାରେ ଆମ ଆଖପାଖରେ ଭଗବାନ କୈାଣସି ନା କୈାଣସି ରୂପରେ ନିଶ୍ଚୟ ଥାଆନ୍ତି। ସେ ଲୋକଙ୍କ ମଧ୍ୟରେ ଆସ୍ଥା ବାଣ୍ଟୁଛନ୍ତି। ଯେଉଁ ବୟସରେ ପିଲା ପାଠ ପଢ଼ନ୍ତି ସେହି ବୟସରେ ଜୟା ଭଗବାନ କୃଷ୍ଣଙ୍କ ଲୀଳା ଶୁଣୁଛନ୍ତି। ତାଙ୍କ କହିବାନୁସାରେ ଦୁନିଆରେ ସେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରେମ କରନ୍ତି। ଆଜି ଜୟା କିଶୋରୀଙ୍କ କୋଟି କୋଟି ଭକ୍ତ ଅଛନ୍ତି।

ଜୟା କିଶୋରୀ ଶ୍ରୀକୃଷ୍ଣଙ୍କ ଭକ୍ତିରେ ସବୁବେଳେ ଲୀନ ରୁହନ୍ତି। ଏହା ବ୍ୟତୀତ ସମୟ ବାହାର କରି ପାଠ ମଧ୍ୟ ପଢ଼ନ୍ତି। ଏବେ ସେ ବିକମ୍ ଉତ୍ତୀର୍ଣ୍ଣ କରିସାରିଲେଣି। ଜୟା କିଶୋରୀ ଆଜି ସମସ୍ତଙ୍କ ପାଇଁ ଜଣେ ଆଦର୍ଶ ଭାବେ ଉଭା ହୋଇଛନ୍ତି।
