vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

୫୦ ଫୁଟ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍; ଅକାଳରେ ଚାଲିଗଲା ୫ ଜୀବନ, ୪୦ରୁ ଅଧିକ ଯାତ୍ରୀ…

23/06/2022 at 8:01 PM

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା। ୫୦ ଫୁଟ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋର ଖଣ୍ଡୱାରେ ଗୁରୁବାର ଏକ ଯାତ୍ରୀବାହୀ ବସ୍‌ ରାସ୍ତାର ୫୦ ଫୁଟ ତଳେ ଥିବା ଏକ ନାଳକୁ ଖସିପଡ଼ିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି।

ବସ୍‌ଟି ଇନ୍ଦୋରରୁ ଖଣ୍ଡୱା ଯାଉଥିଲା। ହେଲେ ସିମ୍ରୋଲ ପୁଲିସ ଷ୍ଠେସନ ଅଧିନ ଭୈରବ ଘାଟରେ ଥିବା ଏକ ନାଳ ପାଖରେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ତଳକୁ ଖସିପଡ଼ିଥିଲା।

ଏହି ବସ୍‌ରେ୫୦ରୁ ଅଧିକ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୪୦ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ଉଦ୍ଧାର ୪୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ପୀଡ଼ିତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ ଡାକ୍ତରଖାନା ନିଆଇଥିଲା। ଘଟଣାରେ ପୁଲିସ ମାମାଲା ରୁଜୁ କରି ତଦନ୍ତ ଚଳାଇଛି।  

   Related Posts