scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋମାଲିଆରେ ଭୟଙ୍କର ବିସ୍ଫୋରଣ: ୨୭ ମୃତ, ପିଲା ଖେଳୁଥିବା ବେଳେ ଫୁଟିଲା ମୋର୍ଟାର୍

10/06/2023 at 10:57 PM

କୋରିଓଲି: ସୋମାଲିଆରେ ଭୟଙ୍କର ବିସ୍ଫୋରଣ। ମୋର୍ଟାର ବିସ୍ଫୋରଣ ଗଲା ୨୭ ଜୀବନ। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି। ଏଥିରେ ୫୩ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଦକ୍ଷିଣ ସୋମଲିଆର କୋରିଓଲି ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଥିଲା। ମୋର୍ଟାର ମାଡ଼ ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।   

ମିଳିଥିବା ରିପୋର୍ଟ ଅନୁସାରେ, କୋରିଓଲି ସହରର ଉପଜିଲ୍ଲା ଆୟୁକ୍ତ ଆବ୍ଦୀ ଅହମଦ ଅଲୀ କହିଛନ୍ତି ଯେ ଏହି ବିସ୍ଫୋରଣ ବୋମା ଓ ବାରୁଦ ସୁଡ଼ଙ୍ଗ ଭଲି ବିସ୍ଫୋଟକ ଅବଶେଷରେ ବିସ୍ଫୋରଣ ହେବାରୁ ଘଟିଛି। ବିସ୍ଫୋରଣ ସମୟରେ ଗାଁ ପଡ଼ିଆରେ ପିଲାମାନେ ଖେଳୁଥିବାରୁ ଏଥିରେ ଅଧିକାଂଶ ପିଲାଙ୍କର ମୃତ୍ୟୁ ହୋଇଛି।

Children, Mortar Blast, Somalia, Somalia Tragedy, Mogadishu, Qoryoley

ପଢ଼ନ୍ତୁ –ତୁର୍କି ଏକ୍ସପ୍ଲୋସିଭ୍ କାରଖାନାରେ ବିସ୍ଫୋରଣ, ୫ ମୃତ

ବିସ୍ଫୋରଣ ପରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଆସି ଆହତଙ୍କୁ କୋରିଓଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସିତ ଅବସ୍ଥାରେ ପିଲାମାନଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି। କିଛିଙ୍କ ଅବସ୍ଥା ଗମ୍ଭୀର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି। ବିସ୍ଫୋରଣ କେମିତି ଘଟିଲା ସେନେଇ ବିସ୍ତୃତ ତଦନ୍ତ ଚାଲିଛି ବୋଲି ଅହମଦ ଅଲୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଟାଉନ୍ ହସ୍‌ପିଟାଲ୍‌କୁ ୨୨ ଶିଶୁଙ୍କ ମୃତଦେହ ମିଳିଥିଲା। ଏହାପରେ ଦୁଇ ଆହତ ଶିଶୁଙ୍କର ବି ଚିକିତ୍ସା ପରେ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ ମୋଗାଦିଶୁ ନିଆଯାଉଥିବା ବେଳେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୨୫ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ ପିଲାମାନଙ୍କର ବୟସ ୧୦-୧୫ ବର୍ଷ ମଧ୍ୟରେ ହେବ ବୋଲି ଅହମଦ ଅଲୀ ସୂଚନା ଦେଇଛନ୍ତି।  

Explosion in Somalia at least 27 Killed mostly children Somalia Explosion: सोमालिया में हुए भीषण विस्फोट में 27 लोगों की मौत, मृतकों में ज्यादातर बच्चे शामिल

ପଢ଼ନ୍ତୁ –ଇସଲାମର କାହାଣୀ, ନମାଜର ଟାଇମିଂ…ଅନଲାଇନ ଧର୍ମାନ୍ତୀକରଣ ମାମଲାରେ ସାମନାକୁ ଆସିଲା ମୌଲଭୀର ହ୍ୱାଟ୍ସଆପ୍ ଚାଟ୍, ‘NANNI’ ଷଡଯନ୍ତ୍ରର ହେଲା ଖୁଲାସା

   Related Posts