ଦୁଇ ମହଲା ବିଶିଷ୍ଟ ବୃଦ୍ଧାଶ୍ରମରେ ହଠାତ୍ ଲାଗିଲା ନିଆଁ; ପୋଡ଼ି ହୋଇ ୨୨ ଜଣଙ୍କ ମୃତ୍ୟୁ
24/12/2022 at 5:41 PM

ମସ୍କୋ: ଋଷର ସାଇବେରିଆ ସହର କେମେରୋଭରେ ଏକ ବୃଦ୍ଧାଶ୍ରମରେ ନିଆଁ ଲାଗି ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଋଷ ଜରୁରିକାଳୀନ ସେବା ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହି ବୃଦ୍ଧାଶ୍ରମଟି ନିୟମ ଅନୁସାରେ ପଞ୍ଜିକୃତ ହୋଇନଥିଲା। ଘରୋଇ ଭାବେ ଚାଲୁଥିବା ଏହି ଆଶ୍ରମର ନିଆଁ ଲାଗିବା ପରେ ବିଲ୍ଡିଂରେ ଦ୍ୱିତୀୟ ମହାଲଙ୍କୁ ଏହା ବ୍ୟାପିଯାଇଥିଲା ପୋଲି ଋଷ ନ୍ୟୁଜ୍ ଏଜେନ୍ସି ଆର୍ଆଇଏ ନୋଭୋସ୍ତି ସୂଚନା ଦେଇଛି।
କାଠରେ ତିଆରି ଏହି ଦୁଇ ମହଲା ବୃଦ୍ଧାଶ୍ରମଟି ରାଜଧାନୀ ମସ୍କୋ ଠାରୁ ପୂର୍ବ ଆଡ଼କୁ ୩ ହଜାର କିମି ଦୂରରେ କେମିରୋଭୋ ସହରର। ଶୁକ୍ରବାର ଏଠାରେ ନିଆଁ ଲାଗିବା ପରେ ଖବର ପାଇଁ ପୁଲିସ ସଂଗେ ସଂଗେ ସେଠାରେ ପହଞ୍ଚି କିଛି ଘଣ୍ଟାର କସରତ ପରେ ନିଆଁକୁ ଆୟତ କରିଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଷ୍ଟୋପ୍ ଦ୍ୱାରା ନିଆଁ ଲାଗିଥାଇପାରେ ବୋଲି ଟାସ୍ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଛି।
ତେବେ ଘରୋଇ ବୃଦ୍ଧାଶ୍ରମରେ ନିଆଁ ଲାଗିବା ପରେ ତତ୍ପର ହୋଇଛି ପ୍ରଶାସନ। ଋଷରେ ପଞ୍ଜିକୃତ ନ ହେଇ ଏମିତି ଅନେକ ବୃଦ୍ଧାଶ୍ରମ ଚାଲିଛି। ସେଗୁଡ଼ିକର ଯାଞ୍ଚ କରିବାକୁ ସେଠାକାର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି ୨୦୧୮ରେ କେମିରୋଭ ସହର ଏଖ ସଫିଂମଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୪ ଜଣଙ୍କର ମୃତ୍ୟୁ ହୋଇଥିଲା।