ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପୃଥିବୀରେ ଅଛନ୍ତି ୨୦,୦୦,୦୦,୦୦,୦୦,୦୦,୦୦,୦୦୦ ପିମ୍ପୁଡି, ଅଧ୍ୟୟନରୁ ଜଣାପଡିଲା ସଂଖ୍ୟା, ଜାଣନ୍ତୁ ଏମାନଙ୍କ ଓଜନ କେତେ…

26/09/2022 at 9:54 PM

ନୂଆଦିଲ୍ଲୀ: ପୃଥିବୀରେ କେତେ ପିମ୍ପୁଡି ଅଛନ୍ତି ଏ କଥା ଆପଣ କେବେ ଭାବିଛନ୍ତି କି। ବୋଧେହୁଏ ନାହିଁ, କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛି। ଆଉ ଏହାର ଉତ୍ତର ଜାଣି ଆପଣ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହେବେ।  The Conversation ରେ ପ୍ରକାଶତି ଏକ ଅଧ୍ୟୟନ ଅନୁସାରେ, ଆମ ଗ୍ରହରେ ପ୍ରାୟ ଦୁଇ ଲକ୍ଷ ଟ୍ରିଲିୟନ ଅର୍ଥାତ ଦୁଇ କୋଟି ବିଲିୟନ, ଇଂରାଜୀରେ କହିଲେ ୨୦,୦୦୦ ମିଲିୟନ ମିଲିୟନ ସିଧା ଲେଖିଲେ ୨ ପରେ ୧୬ଟି ଶୂନ (୨୦,୦୦,୦୦,୦୦,୦୦,୦୦,୦୦,୦୦୦)ଟି ପିମ୍ପୁଡି ଅଛନ୍ତି । ୧୫,୭୦୦ରୁ ଅଧିକ ନାମିତ ପ୍ରଜାତି ଏବଂ ଉପ-ପ୍ରଜାତି ରହିଛି । ଏହାସହ ଏପରି ଅନେକ ଅଛନ୍ତି ଯେଉଁମାନେ ବର୍ତ୍ତମାନ ସୁଦ୍ଧା ବିଜ୍ଞାନିକଙ୍କ ଦ୍ୱାରା ନାମିତ କରାଯାଇ ନାହିଁ।

ଏହି ଗବେଷଣାରେ ସାରା ଦୁନିଆରେ ପିମ୍ପୁଡିର ସଂଖ୍ୟା ଉପରେ ୪୮୯ ଅଧ୍ୟୟନ ବିଶ୍ଲେଷଣ ସାମିଲ ରହିଛି । ସମସ୍ତ ମହଦେଶ, ଜଙ୍ଗଲ, ମରୁଭୂମି, ଘାସ ପଡିଆ ଏବଂ ସହର ସହ ପ୍ରମୁଖ ଆବାସିକ ଅଞ୍ଚଳ ସାମିଲ ରହିଛି । ପିମ୍ପୁଡିକୁ ଏକାଠି କରିବା ଏବଂ ଗଣିବା ପାଇଁ ସ୍ଥିର ମାନଦଣ୍ଡର ବ୍ୟବହାର କରାଯାଇଥିଲା।

ଅଧ୍ୟୟନ ଅନୁସାରେ ପୃଥିବୀରେ ପ୍ରାୟ ଦୁଇ ଲକ୍ଷ ଟ୍ରିଲିୟନ ପିମ୍ପୁଡି ଅଛନ୍ତି । ଏହି ସଂଖ୍ୟା ପୂର୍ବ ଆକଳନଠାରୁ ୨୦ ଗୁଣା ଅଧିକ । ଅଧ୍ୟୟନ ଅନୁସାରେ, ସାରା ଦୁନିଆର ପିମ୍ପୁଡି ସାମୁହିକ ରୂପେ ପ୍ରାୟ ୧୨ ନିୟୁତ ଟନ୍ କାର୍ବନର ଶୁଖିଲା ଓଜନ କିମ୍ବା ‘ବାୟୋମାସ୍’ ସହିତ ଅନୁରୂପ ଅଟେ । ଏହା ମଣିଷର ମୋଟ ଓଜନର ଏକ ପଞ୍ଚମାଂଶ ଅଟେ |

   Related Posts