ଭେନେଜୁଏଲା ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୧୭ ଗାଡ଼ି, ଚାଲିଗଲା ୧୬ ଜୀବନ

Published By : Prameya-News7 Bureau | December 15, 2023 IST

କାରାକାସ୍‌,୧୪/୧୨: ଭେନେଜୁଏଲା ରାଜଧାନୀ କାରାକାସ୍‌ରେ ଭୟଙ୍କର ଦୁର୍ଘଟଣା । ୨ଟି ମର୍ମନ୍ତୁଦ ଦୁର୍ଘଟଣାରେ ୧୬ଜଣ ପ୍ରାଣ ହରାଇଛନ୍ତି । ସେହିପରି ଏଥିରେ ୧୭ଟି ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ସ୍ଥାନୀୟ ପୋଲିସ ଖବର ପାଇବା ପରେ ଗୁରୁବାର ସକାଳୁ ସମସ୍ତ ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।  

ରିପୋର୍ଟ ମୁତାବକ, ଏହି ଭୀଷଣ ଦୁର୍ଘଟଣା ଗ୍ରାନ୍ ମାରିସ୍କାଲ ଡି ଆୟୁକୁଚୋ ଜାତୀୟ ରାଜପଥରେ ହୋଇଛି । ଏହି ଦୁର୍ଘଟଣାର ୧୫ମିନିଟ୍ ପୂର୍ବରୁ ଏକ ଛୋଟ ଦୁର୍ଘଟଣା ହୋଇଥିଲା । ଫଳରେ ରାସ୍ତା ଜାମ୍ ହୋଇଯାଇଥିଲା । ଏହାପରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା । ଟ୍ରକ୍‌ରେ କେମିକାଲ୍‌ ରଖାଯାଇ ଥିବାରୁ ଧକ୍କା ହେବା ପରେ ତୁରନ୍ତ ନିଆଁ ଲାଗିଯାଇଥିଲା । ଏହି ନିଆଁ ଅନ୍ୟ ଗାଡ଼ିଗୁଡ଼ିକୁ ବ୍ୟାପିଯାଇଥିଲା । ଚାହୁଁ ଚାହୁଁ ନିଆଁର ଆଁ ଭିତରକୁ ୧୭ଟି ଗାଡ଼ି ଚାଲିଯାଇଥିଲା ।

wp:embed {"url":"https://www.prameyanews7.com/judges-viral-letter-alleges-harassment-seeks-euthanasia/","type":"wp-embed","providerNameSlug":"prameya-news-7"}
https://www.prameyanews7.com/judges-viral-letter-alleges-harassment-seeks-euthanasia/
/wp:embed

ଭେନେଜୁଏଲାର ବିପର୍ଯ୍ୟୟ ପରିଚାଳନା ବିଭାଗର ଡେପୁଟି ମନ୍ତ୍ରୀ କହିଛନ୍ତି, ଏହା ସରିଜ୍ ଦୁର୍ଘଟଣା । ପ୍ରଥମ ଦୁର୍ଘଟଣାରେ ଗୋଟିଏ ଟ୍ରକ୍‌ ଏବଂ ୩ଟି ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ସେମିତି କାହାର ବଡ଼ କ୍ଷତି ହୋଇ ନ ଥିଲା । କିନ୍ତୁ ରାସ୍ତା ଜାମ୍‌ ହୋଇଯାଇଥିଲା । ଏହାପରେ ଅନ୍ୟ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ଗାଡ଼ିଗୁଡ଼ିକୁ ଜୋରରେ ଧକ୍କା ଦେଇଥିଲା । ଖରାପ ପାଗ ଯୋଗୁ ଏଭଳି ଭୟାବହ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.