ଭିଏନା: ପାହାଡ଼ରୁ ବରଫ ଅତଡ଼ା ଖସି ବଡ଼ଧରଣର ଅଘଟଣା ଘଠିଛି। ବରଫ ଅତଡ଼ାରେ ୧୦ ଯାତ୍ରୀ ପୋତି ହୋଇଯାଇଥିବା ସୂଚନା ମିଳିଛି। ପଶ୍ଚିମ ଅଷ୍ଟ୍ରିଆ ଲେକ ଜୁଅର୍ସ ଫ୍ରି ସ୍କି ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଥିବା ଅଷ୍ଟ୍ରିଆନ ଗଣମାଧ୍ୟମ ଏଜେନ୍ସ(ଏପିଏ) ସୂଚନା ଦେଇଛି। ୧୦ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଖବର ପ୍ରକାଶ ପାଇଛି। ପସିଥିବା ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଖୋଜା ଚାଲିଛି ବୋଲି ପୁଲିସ ପ୍ରବକ୍ତା ସୂଚନା ଦେଇଛନ୍ତି।
ଖ୍ରୀଷ୍ଟମାସ ଦିନ ଅପରାହ୍ନ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଖବର ମିଳିବା ପରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ହେଲିକପ୍ଟର ମୁତୟନ ହୋଇଥିବା ଏପିଏ ସୂଚନା ଦେଇଛି।
ସ୍କି କରିବାକୁ ଲେକ ଜୁଅର୍ସକୁ ବିଶ୍ୱର ସର୍ବୋତ୍ତମ ସ୍ଥାନମାନଙ୍କରେ ବିଚାର କରାଯାଏ। ଅପରାହ୍ନରେ ଯାତ୍ରୀମାନେ ସ୍କିଂ କରୁଥିବା ବେଳେ ହଠାତ୍ ବରଫ ଅତଡ଼ା ଖସିବାରୁ ଏପରି ସ୍ଥିତି ଉପୁଜିଛି। ୧୦୦ ଜଣ ସେମାନଙ୍କୁ ଖୋଜିବା କାମରେ ଲାଗିଛନ୍ତି।