ନିର୍ବାଚନ ପୂର୍ବରୁ ଆସିଲା ପ୍ରାର୍ଥୀଙ୍କ ସମ୍ପତ୍ତି ସୂଚୀ, ୧୦ କୋଟିପତିଙ୍କୁ ପ୍ରାର୍ଥୀ କରିଛି ଝାରଖଣ୍ଡ ବିଜେପି, କଂଗ୍ରେସ ପ୍ରାର୍ଥୀ ସବୁଠୁ ଧନି

Published By : Prameya-News7 Bureau | November 25, 2019 IST

ରାଞ୍ଚି : ଝାରଖଣ୍ଡ ବିଧାନସଭା ଲାଗି ନଭେମ୍ବର ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୩ଟି ବିଧାନସଭା ଆସନ ଲାଗି ଭୋଟ ହେଉଥିବା ବେଳେ ପ୍ରାର୍ଥୀମାନଙ୍କର ସମ୍ପତ୍ତି ତାଲିକା ଏବେ ସମ୍ମୁଖକୁ ଆସିଛି। ସେମାନଙ୍କ ଆଫିଡେଭିଟ୍ ଅନୁସାରେ ବିଜେପି  ସର୍ବାଧିକ ୧୦ ଜଣ କୋଟିପତିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ଡାଲ୍ଟନ ଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କେ.ଏନ.ତ୍ରିପାଠୀ ସବୁଠୁ ଧନି ପ୍ରାର୍ଥୀ ବୋଲି ଜଣାପଡିଛି।

{"align":"center","id":189670,"width":432,"height":473,"sizeSlug":"large"}

ତ୍ରିପାଠୀ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୫୩କୋଟି ବୋଲି ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ସମ୍ପତ୍ତି ସୂଚୀରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମନିକା ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ରାଜପାଲ ସିଂହ ସବୁଠୁ ଗରିବ ପ୍ରାର୍ଥୀ ବୋଲି ଜଣାପଡିଛି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୮ଲକ୍ଷ ୭୧ ହଜାର ଟଙ୍କା ମଧ୍ୟରେ ହେବ ବୋଲି ସିଂହ ତାଙ୍କ ସମ୍ପତ୍ତି ସୂଚୀରେ ଉଲ୍ଲେଖ କରିଛନ୍ତି। ସେ ଝାରଖଣ୍ଡ ବିକାଶ ମୋର୍ଚ୍ଚାରୁ ପ୍ରାର୍ଥୀ ହୋଇଛନ୍ତି।

{"id":189673,"sizeSlug":"large"}

ବିକାଶ ମୋର୍ଚ୍ଚାରୁ ୭ ଜଣ କୋଟିପତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ୫ ଜଣ କୋଟିପତି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେହିପରି ସବୁଠୁ ଅଧିକ ଦାଗୀ ବିକାଶ ମୋର୍ଚ୍ଚାରୁ ପ୍ରାର୍ଥୀ ହୋଇଛନ୍ତି। ଦଳର ମୋଟ ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ବିରୋଧରେ ମୋକଦ୍ଦମା ଚାଲିଛି। ସବୁଠୁ ଦାଗୀ ପ୍ରତ୍ୟାସୀ ବିଜେପିର ପାଙ୍କୀରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଶଶିଭୂଷଣ ମେହେଟା ବୋଲି ଜଣାପଡିଛି। ତାଙ୍କ ବିରୋଧରେ ହତ୍ୟା ସମେତ ୧୧ଟି ମୋକଦ୍ଦମା ରୁଜୁ ଥିବା ସେ ତାଙ୍କ ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ଆଫିଡଭିଟ୍ ରେ ଦର୍ଶାଇଛନ୍ତି। ସେହିପରି କଂଗ୍ରେସର କେ.ଏନ.ତ୍ରିପାଠୀଙ୍କ ବିରୋଧରେ ମଧ୍ୟ ୫ଟି ମାମଲା ଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.