oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବିକ୍ରି ହେଲା ବିଜୟ ମାଲ୍ୟାଙ୍କ King fisher ହାଉସ୍, ନିଲାମ ୮ ଥର ବିଫଳ ହେବା ପରେ ଜାଣନ୍ତୁ କିଣିଲେ କିଏ ?

14/08/2021 at 9:12 PM

ମୁମ୍ବାଇ ୧୪।୮: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ହାଉସ୍‌ ଶେଷରେ ବିକା ହୋଇଛି। ମୁମ୍ବାଇର ଭିଲେପାର୍ଲେରେ ଥିବା ଏହି ଘରଟିକୁ ଡେଟ୍‌ ରିକୋଭରୀ ଟ୍ରିବ୍ୟୁନାଲ ତାଙ୍କର ନବମ ପ୍ରୟାଶରେ ହାଇଦ୍ରାବାଦର ସେଟର୍ଣ୍ଣ ରିୟଲ୍ଟର୍ସଙ୍କୁ ବିକ୍ରି କରିଛନ୍ତି। ବିଜୟ ମାଲ୍ୟାଙ୍କ ଏହି ଘରଟି ଏକଦା ତାଙ୍କର ବନ୍ଦ ହୋଇଯାଇଥିବା କିଙ୍ଗ ଫିସର ଏୟାରଲାଇନ୍ସର ମୁଖ୍ୟାଳୟ ଥିଲା। ଏହି ଏୟାର ଲାଇନ୍ସ ଉପରେ ୯ ହଜାର କୋଟି ଟଙ୍କାର ଋଣ ଠକେଇ ଓ ଲାଞ୍ଚ ଅଭିଯୋଗ ରହିଛି। 

ସେଟର୍ଣ୍ଣ ରିୟଲ୍ଟର୍ସ ଏହି ଘରଟିକୁ ୫୨.୨୫ କୋଟି ଟଙ୍କାରେ ନିଲାମ ନେଇଛନ୍ତି। ଏଥିଲାଗି ମହାରାଷ୍ଟ୍ର ସରକାରଙ୍କୁ ଷ୍ଟାମ୍ପ ଡ୍ୟୁଟି ବାବଦେ ୨.୬୧୨କୋଟି ଟଙ୍କା ପୈଠ କରିଛନ୍ତି। ଏହି କାରବାର ଗତ ଜୁଲାଇ ୩୧ ତାରିଖରେ ହୋଇଥିଲା। ମୁମ୍ବାଇ ବିମାନ ବନ୍ଦର ନିକଟରେ ୨୪୦୧.୭୦ ବର୍ଗ ମିଟରର ଏହି ପ୍ରପର୍ଟିକୁ ୨୦୧୬ ମସିହାରୁ ନିଲାମରେ ରଖା ଯାଇଥିଲା। ଡେଟ୍ ରିକୋଭରୀ ଟ୍ରବ୍ୟୁନାଲ ବେଙ୍ଗାଲୁରୁ ଏହାକୁ ନିଲାମ କରିବା ଲାଗି ୮ ଥର ଉଦ୍ୟମ କରିଥିଲେ। ହେଲେ ଟ୍ରିବ୍ୟୁନାଲଙ୍କ ପ୍ରତ୍ୟେକ ଉଦ୍ୟମ ବିଫଳ ହୋଇଥିଲା।

ଏହି ପ୍ରପର୍ଟି ଲାଗି ଟ୍ରିବ୍ୟୁନାଲ ଆରକ୍ଷିତ ମୂଲ୍ୟ ୧୩୫କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ତେବେ ଏହି ଧାର୍ଯ୍ୟମୂଲ୍ୟର ଏକ ତୃତୀୟାଂଶ ଦରରେ ଏହାକୁ ବିକ୍ରି କରାଯାଇଛି। ଏତେ ସ୍ୱଳ୍ପ ମୂଲ୍ୟରେ ବିକ୍ରି ହେବା ପରେ ଏହାକୁ ନେଇ ନାନା ଆଲୋଚନା ହେଉଛି। ତେବେ ରିୟଲ ଇଷ୍ଟେଟ୍‌ ରିସର୍ଚ୍ଚ ଫାର୍ମ ‘ଲିୟାସେସ୍‌ ଫୋରାସ’ଙ୍କ ପରିଚାଳନା ନିର୍ଦ୍ଦେଶକ ପଙ୍କଜ କପୁର ଦର ହ୍ରାସ ଲାଗି ପ୍ରପର୍ଟିର ସ୍ଥାନ ଓ ବର୍ତ୍ତମାନର ବଜାର ପରିସ୍ଥିତିକୁ ଦାୟି କରିଛନ୍ତି। ବିମାନ ବନ୍ଦର ଯୋଗୁ ଏହି ଭୂ-ଖଣ୍ଡ ଉପରେ ଉଚ୍ଚତା କଟକଣା ରହିଛି। ଏଣୁ ଏଠାରେ ସେପରି ଆଖି ଦୃଶିଆ ବିକାଶ ହୋଇ ପାରିବନି।  ଏହା ଛଡା ବର୍ତ୍ତମାନର ରିୟଲଇଷ୍ଟେଟ ବଜାରର ପରିସ୍ଥିତି ଅତ୍ୟନ୍ତ ଖରାପ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ଗୁରୁତର ଆର୍ଥିକ ସଂକଟ ଯୋଗୁ ୨୦ ଅକ୍ଟୋବର ୨୦୧୨ରେ କିଙ୍ଗଫିସର ଏୟାରଲାଇନ୍ସକୁ ବନ୍ଦ କରିଦିଆଯାଇଥିଲା।  କମ୍ପାନୀର ମାଲିକ ବିଜୟ ମାଲ୍ୟା ଏୟାରଲାଇନ୍ସ ସମ୍ବଦ୍ଧିତ ଋଣ ଠକେଇ ଓ ଲାଞ୍ଚ କାରବାର ଅଭିଯୋଗର ସମ୍ମୁଖୀନ ହୋଇ ଭାରତରୁ ପଳାୟନ କରିଥିଲେ। ବ୍ୟାଙ୍କମାନଙ୍କୁ ଠକିଥିବା ଅଭିଯୋଗରେ ଭାରତରେ ତାଙ୍କୁ ଆର୍ଥିକ ଅପରାଧୀ ଘୋଷଣା କରାଯାଇଥିଲା।

   Related Posts