ଛାତ୍ରାବାସରେ ‘ରାମଲିଳା’ ଅଭିନୟ AIIMS ଛାତ୍ରଛାତ୍ରୀଙ୍କୁ ପଡିଲା ମହଙ୍ଗା, ବିବୃତ୍ତି ଜାରି କରି କ୍ଷମାଯାଚନା କଲେ ଛାତ୍ର ସଂଘ

Published By : Prameya-News7 Bureau | October 17, 2021 IST

ନୂଆଦିଲ୍ଲୀ ୧୭।୧୦: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍‌) ନୂଆଦିଲ୍ଲୀଙ୍କ ଛାତ୍ରଙ୍କୁ ରାମଲିଳା ଅଭିନୟ କରିବା ଓ ଏହାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ଏବେ ମହଙ୍ଗା ପଡିଛି। ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହାକୁ ନେଇ ବିବାଦ ଉପୁଜିଥିବା ବେଳେ ଲୋକେ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀ ଏପରି ନାଟକର ଅଭଦ୍ର ଉପସ୍ଥାପନା ଲାଗି କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରୁଛନ୍ତି।

ତେବେ ବିବାଦରୁ ଆଗକୁ ଯାଇ ଏମସ୍‌ ଛାତ୍ର ସଂସଦ ଏଭଳି କୃତ୍ୟ ଲାଗି ନିସର୍ତ୍ତ କ୍ଷମାଯାଚନା କରିବା ସହ ଆଗକୁ ଏପରି କାଣ୍ଡ ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୂର୍ଗାପୂଜା ଲାଗି ସାରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଦିଲ୍ଲୀ ଏମସ୍‌ କିଛି ଛାତ୍ରଛାତ୍ରୀ ହାସ୍ୟରସାତ୍ମକ ରାମାୟାଣର ଆୟୋଜନ କରିଥିଲେ। ତେବେ ଏଥିଲାଗି କାହାର ଆପତ୍ତି ନଥିଲା। ହେଲେ ଏହି କାର୍ଯ୍ୟକ୍ରମର ସୁଟିଂ କରାଯାଇଥିବା ଭିଡିଓ ଏମସ୍‌ ଇନସାଇଡର ୟୁ ଟ୍ୟୁବ ଚାନେଲରେ ଅପଲୋଡ କରିଦିଆଯାଇଥିଲା। ଯାହାକୁ ନେଇ ଏବେ ବିବାଦ ଉପୁଜିଥିଲା। ରାମଲିଳାରେ ଅଭିନୟ କରିଥିବା ଛାତ୍ରଛାତ୍ରୀମାନେ କଥିତ ରୂପେ ଅଭଦ୍ରତା ଓ ରାମାୟଣର ଚରିତ୍ରମାନଙ୍କ ଉପହାସ କରିଥିବାର ଅଭିଯୋଗ  ହେଉଛି।

wp:embed {"url":"https://twitter.com/RishabhOnWeb/status/1449589580345217032","type":"rich","providerNameSlug":"twitter","responsive":true}
https://twitter.com/RishabhOnWeb/status/1449589580345217032
/wp:embed

ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଥିବାରୁ ଏପରି କାର୍ଯ୍ୟକ୍ରମରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେବା ପରେ ଏମସ୍‌ ଛାତ୍ର ସଂଘ ମାମଲାରେ ଲିଖିତ କ୍ଷମା ଯାଚନା କରିଛନ୍ତି। ଦଶହରା ଅବସରରେ ଏମସ୍‌ ପରିସରସ୍ଥିତ ଛାତ୍ରାବାସ କ୍ୱାର୍ଟର ନିକଟରେ ଏମବିବିଏସ୍‌ ପ୍ରଥମ ବର୍ଷ ପଢୁଥିବା କିଛି ଛାତ୍ରଛାତ୍ରୀ ଏହି ରାମଲିଳା ମଞ୍ଚନ କରିଥିଲେ। ତେବେ ଏଥିଲାଗି ଛାତ୍ରଙ୍କ ପକ୍ଷରୁ ଏମସ୍‌ ଛାତ୍ର ସଂସଦ କ୍ଷମା ନିବେଦନ କରିଛନ୍ତି। ଏପରି ନାଟକ  କରି କାହାର ଧାର୍ମିକ ଭାବନାକୁ ଠେସ୍ ପହଞ୍ଚାଇବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟ ନଥିଲା ବୋଲି ଏଥିରେ କୁହାଯାଇଛି।

ମାମଲାରେ ଏମସ ପ୍ରଶାସନ ମଧ୍ୟ ନାଟକରେ ଅଭିନୟ କରିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା କୁହାଯାଇଛି। ପ୍ରସଙ୍ଗର ସମ୍ବେଦନଶୀଳତାକୁ ଦେଖି ଜନୈକ ଅଧିକାରୀ ଛାତ୍ରଙ୍କ କ୍ଷମାନିବେଦନ ସମ୍ପର୍କିତ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ସେହିପରି ଆଗକୁ ଏପରି କେବେ ହେବ ନାହିଁ ବୋଲି ଅଧିକାରୀ ଆଶ୍ୱାସନା ମଧ୍ୟ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.