Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋରାପୁଟ ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ରୋଡ୍ ସୋ’ରେ ଭାଗନେଲେ, ଲୋକଙ୍କ ସମସ୍ୟା ଶୁଣିଲେ

20/08/2021 at 5:06 PM

କୋରାପୁଟ, ୨୦|୦୮: ଶୁକ୍ରବାର  ରାୟଗଡାରେ କାର୍ଯ୍ୟକ୍ରମ ସାରିବା ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତ କରିଛନ୍ତି ।  କୋରାପୁଟ ପୂର୍ବରୁ ତୋୟାପୁଟରେ ପହଁଚିବା ପରେ ସ୍ଥାନୀୟ ଆଦିବାସୀ  ଏବଂ ବିଜେପି କର୍ମୀଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଆଦିବାସୀ ନୃତ୍ୟ ସଙ୍ଗୀତର ତାଳେତାଳେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନାଚିଥିଲେ। ସେହିପରି ଲକ୍ଷ୍ମୀପୁର ଠାରେ ପହଞ୍ଚି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଦାମନଯୋଡି ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହିତ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ଜୟରାମ ପାଙ୍ଗି, ରବି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାପରେ ଲକ୍ଷ୍ମୀପୁର,କାକରିଗୁମା, ଦାମନଯୋଡି ଦେଇ କେନ୍ଦ୍ରମନ୍ତ୍ରୀ କୋରାପୁଟ ପହଞ୍ଚିଥିଲେ।କୋରାପୁଟ ନିର୍ବାଚନ ମଣ୍ଡଳୀର ଓଏମପି ଠାରେ ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ,ସେହିପରି ଦକ୍ଷତା ବୃଦ୍ଧି କେନ୍ଦ୍ରରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏକ ବିଶାଳ ରାଲିରେ ସେ ଯୋଗ ଦେବା ସହ ଲୋକଙ୍କ ସମସ୍ୟା ମଧ୍ୟ ଶୁଣିଥିଲେ । ଶେଷରେ ସେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts