କେମିତି ହେଲା ରେଳ ଦୁର୍ଘଟଣା; ସାମ୍ନାକୁ ଆସିଲା ପ୍ରକୃତ କାରଣ, କାମ କରିନଥିଲା ଇଣ୍ଟର ଲକିଂ ସିଷ୍ଟମ୍

Published By : Prameya-News7 Bureau | June 04, 2023 IST

ଭୁବନେଶ୍ବର ୦୪/୦୬: କେମିତି ଓ କାହିଁକି ହେଲା ଏତେ ବଡ଼ ଦୁର୍ଘଟଣା ? ସାମ୍ନାକୁ ଆସିଲା ଦୁର୍ଘଟଣା ପଛର କାରଣ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି । ରେଲଓ୍ବେ ଇଣ୍ଟର ଲକିଂ ସିଷ୍ଟମ କାମ ନକରିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ହେଲେ ଏଥିପାଇଁ କିଏ ଦାୟି ତାହା ସ୍ପଷ୍ଟ ହୋଇନାହିଁ । ଏବେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯାଉଛି। ଟ୍ରାକ୍ ମରାମତି କାମ ଏବଂ ବିଦ୍ୟୁତକରଣ କାର୍ଯ୍ୟ ଶେଷ ହେଲା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।

wp:embed {"url":"https://www.prameyanews7.com/cm-announces-free-bus-service-to-kolkata/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cm-announces-free-bus-service-to-kolkata/
/wp:embed

ସୂଚନା ଅନୁଯାୟୀ, ବାହାନଗା ଦୁର୍ଘଟଣା ପରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ରହି ତଦାରଖ କରୁଛନ୍ତି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି, ଟ୍ରେନ୍ ଟ୍ରାଜେଡି ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହୋଇଛି । ଧାରଣରେ ଇଲେକ୍ଟ୍ରୋନିକ୍ ଇଣ୍ଟର ଲକିଂ ସିଷ୍ଟମରେ ତ୍ରୁଟି ରହିଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ଦୋଷୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ରେଳ ସେଫ୍ଟି କମିଶନର ରିପୋର୍ଟ ଦାଖଲ କରିବା ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

wp:embed {"url":"https://www.prameyanews7.com/cs-meeting-about-bahanaga-train-tragedy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cs-meeting-about-bahanaga-train-tragedy/
/wp:embed

ବାହାନଗା ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାୟ ୩୦୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଇଛି । ସେହିପରି ଏଥିରେ ପାଖାପାଖି ଏକ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ରାଜ୍ୟର ୨୦ଟି ହସ୍ପିଟାଲରେ ଚିକିତ୍ସା କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.